ଆମେରିକାରେ ଭାରତୀୟ ଆଇଟି ଇଞ୍ଜିନିୟର ପରିବାରର ହତ୍ୟା କରି ନିଜେ କଲେ ଆତ୍ମହତ୍ୟା

ପରିବାରକୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା। ଆମେରିକାରେ ଭାରତୀୟ ଆଇଟି ଇଞ୍ଜିନିୟର ଚନ୍ଦ୍ରଶେଖର ସୁଙ୍କାରା ପରିବାର ସହିତ ଆମେରିକା ସ୍ଥିତ ନିଜ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ। ଚନ୍ଦ୍ରଶେଖରଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅଙ୍କର ଶବରେ ଗୁଳିର ଚିହ୍ନ ମିଳିଥିଲା। ଗତ ଶନିବାର ଦିନ ଏହି ପରିବାରର ମୃତ୍ୟୁ ଖବର ପୋଲିସକୁ ଦିଆଯାଇଥିଲା। ପୋଲିସ ଏହାପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ପୋଲିସ କହିଛି, ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ଏବଂ ପୁଅକୁ ହତ୍ୟା କରାଯାଇଛି। କିନ୍ତୁ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହୋଇଛି। ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ। ସୂଚନା ଅନୁଯାୟୀ ଚନ୍ଦ୍ରଶେଖରଙ୍କ ଘର ଆନ୍ଧ୍ର ପ୍ରଦେଶରେ ।

 

 

Leave A Reply

Your email address will not be published.