ସରଫରାଜଙ୍କ ବିରୋଧରେ ଷଡଯନ୍ତ୍ର ! କାହିଁକି ହାରିଲା ଟିମ୍ ? ପାକିସ୍ତାନ ଗଣମାଧ୍ୟମ କଲା ଚାଂଚଲ୍ୟକର ଖୁଲସା

ଭାରତ ଠାରୁ ପରାଜୟ ପରାଜୟ ପରେ ପ୍ରଶ୍ନର ପାହାଡ ମଧ୍ୟରେ ଫସି ଯାଇଛି ପାକିସ୍ତାନୀ ଟିମ୍ । ଅନେକ ପୂର୍ବତନ କ୍ରିକେଟର, କ୍ୟାପଟେନ୍ ସରଫରାଜଙ୍କ ନିଷ୍ପତ୍ତି ଏବଂ ଖେଳାଳିଙ୍କ ପ୍ରଦର୍ଶନରେ ସମ୍ପୂର୍ଣ୍ଣ କ୍ଷୁବ୍ଧ । ପରାଜୟ ପରେ ଟିମକୁ ନେଇ ନୂଆ ନୂଆ କାହାଣୀ ଏବଂ ଘଟଣା ଆସୁଛି ସାମ୍ନାକୁ । ଖରାପ ପ୍ରଦର୍ଶନ ପରେ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛି ପାକ୍ ଟିମ୍ । ପରାଜୟର ପୋଷ୍ଟମର୍ଟମ୍ କରୁଛି ପାକିସ୍ତାନ ।

ତେବେ ଏହା ମଧ୍ୟରେ ପାକ୍ ଗଣମାଧ୍ୟମ କରିଛି ଚାଂଚଲ୍ୟକର ଖୁଲାସା । ଖେଳାଳିଙ୍କ ମଧ୍ୟରେ ଏକତା ଏବଂ ଟିମ୍ ଭାବନାର ଅଭାବ ହିଁ ଏହି ପରାଜୟର ମୁଖ୍ୟ କାରଣ । ଆଉଟ୍ ହେବା ପରେ ଡ୍ରେସିଙ୍ଗ ରୁମ୍ ଯାଇ କିଛି ସାଥୀ ଖେଳାଳିଙ୍କ ଉପରେ ବର୍ଷିଥିଲେ ସରଫରାଜ୍ ।

ଅନ୍ୟପଟେ ସାଥୀ ଖେଳାଳିଙ୍କ ଉପରେ ସାଙ୍ଘାତିକ୍ ଅଭିଯୋଗ ଲଗାଇଛନ୍ତି ସରଫରାଜ୍ । କହିଛନ୍ତି ଇମାମ ଉଲ୍ ହକ୍ ଏବଂ ଇମାଦ୍ ୱସିମ୍ ଖେଳାଳିଙ୍କ ମଧ୍ୟରେ ଗୋଷ୍ଠୀ ବନାଇ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଗୋଟିଏ ଟିମ୍ ମହମ୍ମଦ ଆମୀରଙ୍କ କଥାରେ ଚାଲୁଥିବା ବେଳେ ଅନ୍ୟ ଏକ ଟିମ୍ ଚାଲୁଛି ଇମାଦ୍ ୱସିମଙ୍କ କଥାରେ, ଯାହା କ୍ୟାପଟେନ୍ ସରଫରାଜଙ୍କୁ ସର୍ବଦା ନିଚା ଦେଖାଇବାରେ ଲାଗିଥାଏ । ପାକ୍ ଟିମର ଏପରି ଦୁଇ ଭାଗରେ ବିଭକ୍ତ ହେବା ହିଁ ମ୍ୟାଚ୍ ହାରିବାର ପ୍ରମୁଖ କାରଣ କୁହାଯାଉଛି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା ପରେ ଜଣେ ପ୍ରସିଦ୍ଧ ଅଭିନେତା ତଥା କ୍ରିକେଟପ୍ରେମୀ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓରେ ସେ ସୋଏବ୍ ମଲ୍ଲିକ, ଇମାଦ୍, ଇନାମ ଏବଂ ବାବର ଆଜମଙ୍କ ସହିତ କିଛି ଖେଳାଳିଙ୍କ ଉପରେ କ୍ୟାପଟେନ୍ ସରଫରାଜଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବାର ଅଭିଯୋଗ ଲଗାଇଥିଲେ । କହିଥିଲେ ଏହିସବୁ କାରଣ ପାଇଁ ପାକ୍ ଟିମରେ ସମସ୍ୟା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.