ନୂଆଦିଲ୍ଲୀ : ମାରୁତି ସୁଜୁକି ନିଜର ପାଓ୍ବାରଫୁଲ କମ୍ପାକ୍ଟ ସିଡେନ୍ କାର ଡିଜାୟାର BS6 ବାରିଏଣ୍ଟ ଲଞ୍ଚ କରିଛି। ନୂଆ ମାରୁତି ଡିଜାୟାରର ମୂଲ୍ୟ ୫ଲକ୍ଷରୁ ଆରମ୍ଭ ହୋଇ ୯ ଲକ୍ଷ ମଧ୍ୟରେ ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁକୁ ମାରୁତି ତାହାର ଡିଜାୟାର ଗାଡି ଗୁଡିକର ମୂଲ୍ୟ ଦ୍ବିଗୁଣିତ କରିଛି। ଯାହାର ପ୍ରାରମ୍ଭିକ ମୂଲ୍ୟ ୫,୮୨,୬୧୩ରୁ ଆରମ୍ଭ ହୋଇ ୯,୫୭,୬୨୨ ପର୍ୟ୍ୟନ୍ତ ରହିଛି। କମ୍ପାନୀ ଏହି ବର୍ଦ୍ଧିତ ନୂଆ ମୂଲ୍ୟ ଆସନ୍ତା ଜୁନ ୨୦ରୁ ଆରମ୍ଭ କରିବାକୁ ଯାଉଛି।
ଫିଚର
କମ୍ପାନୀ ଡିଜାୟାରର ସମସ୍ତ ମଡେଲ୍ସରେ ସେଫ୍ଟି ଫିଚରକୁ ସାମିଲ କରିଛି। ଫ୍ରଣ୍ଟ ସିଟ ପାଇଁ ଗାଡିରେ ସିଟ-ବେଲ୍ଟ ରିମାଇଣ୍ଡର, ସ୍ପିଡ ଆଲର୍ଟ ସିଷ୍ଟମ ଏବଂ ରିୟର ପାକିଂ ସିଷ୍ଟମ ଦିଆଯାଇଛି। ମାରୁତି ଡିଜାୟାରରେ ୧.୨ଲିଟରର କେ୧୨ବି ପେଟ୍ରୋଲ ଇଞ୍ଜିନ ଲଗାଯାଇଛି। ଏହା ବ୍ୟତୀତ ଡିଜାୟାରରେ ଆପଣ ୧.୩ ଲିଟର ଡିଜେଲ ଇଞ୍ଜିନ ମଧ୍ୟ ପାଇ ପାରିବେ।