ମାଲକାନଗିରି ମେଡିକାଲରେ ନର୍ସଙ୍କ ଟିକଟକ୍ ଘଟଣାରେ କାର୍ଯ୍ୟନୁଷ୍ଠାନ। ୪ ଜଣ ନର୍ସଙ୍କୁ ଛୁଟିରେ ପଠାଇଲେ CDMO ଅଜିତ ମହାନ୍ତି। ତଦନ୍ତ ନସରିବା ପର୍ଯ୍ୟନ୍ତ ଛୁଟିବେ ରହିବେ ୪ ନର୍ସ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ଚାରି ଜଣ ନର୍ସ ଟିକଟକ୍ ଆପରେ ଭିଡିଓ କରିଥିଲେ। କାର୍ଯ୍ୟବ୍ୟସ୍ତତା ଭିତରେ ସାମାନ୍ୟ ଫୁରସତ ପାଇ ଭିଡିଓ ସୁଟ କରିବା ସହ ନବଜାତକଙ୍କୁ ଖାଲି ହାତରେ ଧରି କରିଥିଲେ। ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଟିକଟକ୍ ଭିଡିଓ କରିଥିବା ନର୍ସମାନଙ୍କୁ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ। ଏହାସହ ମାଲକାନଗିରି ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।