ଜାଣନ୍ତୁ ବଦଳୁଥିବା ନଖର ରଙ୍ଗ କେଉଁ ରୋଗର ସଂକେତ ଦେଇଥାଏ

ନଖ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ରୋଗର ଲକ୍ଷଣ ମଧ୍ୟ ସୂଚାଇଥାଏ । ନଖର ବଦଳୁଥିବା ଆକାର ଏବଂ ରଙ୍ଗ ଶରୀରର ବଡ଼ ବଡ଼ ରୋଗର ଲକ୍ଷଣ ସଂପର୍କରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖର ଆକାର ବା ରଙ୍ଗ ହଠାତ ବଦଳିବାରେ ଲାଗିଛି, ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଅନେକ ସମୟରେ ଲୋକମାନେ ନଖରେ ଛୋଟ ଧଳା ଦାଗ ଦେଖିଲେ ଏହାକୁ କ୍ୟାଲସିୟମ ବା ମିନେରାଲ୍ସର ଅଭାବ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । କିନ୍ତୁ ଯଦି ଆପଣ ନଖରେ ଏଭଳି କିଛି ରଙ୍ଗ ପରିୀବର୍ତ୍ତନ ହେବାର ଲକ୍ଷ୍ୟ କରୁଛନ୍ତି ତେବେ ଏହାକୁ ଅରଦେଖା କରନ୍ତୁ ନାହିଁ। କାରଣ ନଖ ରୁ ହିଁ ବ୍ୟକ୍ତିର ଶାରୀରିକ ସ୍ବାସ୍ଥ୍ୟ ବିଷୟରେ ସୂଚନା ମିଳିଥାଏ। ନଖ ଉପରେ ଯଦି ଡ଼ଳା ରଙ୍ଗ ବ୍ୟତୀତ କଳା ରଙ୍ଗ ବା ଅନ୍ୟ କୌଣସି ରଙ୍ଗ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଜାଣନ୍ତୁ ଆପଣଙ୍କ ନଖର ବଦଳୁଥିବା ରଙ୍ଗ କେଉଁ ରୋଗକୁ ସୂଚାଇଥାଏ ।

nails-ଯଦି ଆପଣଙ୍କ ନଖ କଳା ହୋଇ ଯାଉଛି ବା କଳା ରଙ୍ଗର ଗାର ଦେଖିବାକୁ ମିଳୁଛି, ତେବେ ଏହା ମେଲନାମା ଚର୍ମ କର୍କଟ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

-ଯଦି ଆପଣଙ୍କ ନଖରେ ଧଳା ରଙ୍ଗର ଗାର ବା ବିନ୍ଦୁ ଦେଖିବାକୁ ମିଳୁଛି, ତେବେ ଏହା ଯକୃତ ରୋଗ, ହୃଦ୍‌ଜନିତ ସମସ୍ୟା ବା କ୍ୟାଲସିୟମ ଅଭାବର ସଙ୍କେତ ହୋଇପାରେ ।

black nail-ସେହିପରି ନଖର ରଙ୍ଗ ହାଲୁକା ହଳଦିଆ ହେଉଛି, ତେବେ ଏହା ଏନିମିଆ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

-ନଖର ରଙ୍ଗ ଗାଢ଼ ଲାଲ ଦିଶିଲେ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

-ନଖର ରଙ୍ଗ ନୀଳ ହେବା ଫୁସ୍‌ଫୁସ୍‌ ସଂକ୍ରମଣର ଲକ୍ଷଣ ହୋଇପାରେ । ନିମୋନିଆ ବା ହୃଦୟ ରୋଗର ସମସ୍ୟା ଥିଲେ ନଖ ନୀଳ ହୋଇ ଯାଇଥାଏ ।

Leave A Reply

Your email address will not be published.