ଆସନ୍ତା ୩୦ ଓ ଜୁଲାଇ ୧ରେ ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍‌ ସାର୍ଟିଫିକେଟ ସମେତ ଟାବୁଲେସନ ରେଜିଷ୍ଟ୍ରାର

କଟକ(କେନ୍ୟୁଜ୍) : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍‌ ସାର୍ଟିଫିକେଟ ସମେତ ପରୀକ୍ଷାର୍ଥୀଙ୍କ ଟାବୁଲେସନ ରେଜିଷ୍ଟ୍ରାର ଆସନ୍ତା ୩୦ ଓ ଜୁଲାଇ ୧ ତାରିଖ ଦିନ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବ । ବିଭିନ୍ନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବୋର୍ଡ ପକ୍ଷରୁ ସ୍ଥିରୀକୃତ କାର୍ଯ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଓ ମାର୍କସିଟ ସଂଗ୍ରହ କରିପାରିବେ । ଯଦି ସାର୍ଟିଫିକେଟରେ କିଛି ତ୍ରୁଟି ଥାଏ ତେବେ ଜୁଲାଇ ୧୦ ତାରିଖ ସୁଦ୍ଧା କଟକ ସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି ।

Leave A Reply

Your email address will not be published.