ପାରଳାଖେମୁଣ୍ଡି : ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କ ଦ୍ବାରା ସି-ଟିମ ପାଟ୍ରୋଲିଂ ବାଇକ୍‌ ଓ ଭ୍ୟାନ୍ ଉଦଘାଟିତ

ପାରଳାଖେମୁଣ୍ଡି(କେନ୍ୟୁଜ୍): ପାରଳାଖେମୁଣ୍ଡି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ସି-ଟିମକୁ ନାରୀ ସୁରକ୍ଷା ସ୍ୱାର୍ଥରେ ଉତ୍ସର୍ଗୀକୃତ କରାଯାଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ କୃଷ୍ଣରାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସି-ଟିମ ମୋଟରସାଇକେଲ ଓ ପେଟ୍ରୋଲିଂ ଭ୍ୟାନକୁ ଉଦଘାଟନ କରିଥିଲେ । ସି-ଟିମର ୱେବସାଇଟ ଉଦଘାଟନ କରିବା ସହ ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କୁ ପ୍ରଶଂସା କରିଥିଲେ । ସି-ଟିମରେ ଜଣେ ମହିଳା ସବ-ଇନିସପେକ୍ଟର ଭାରପ୍ରାପ୍ତ ଅଧିକାରୀ ଥିବା ବେଳେ ୪ ଜଣ କନେଷ୍ଟବଳ ଓ ୪ ଜଣ ମହିଳା ହୋମଗାର୍ଡ ସଦସ୍ୟ ଅଛନ୍ତି । ସେପଟେ ଯୁବତୀ ଓ ମହିଳାଙ୍କୁ ଡରି ନଯାଇ ନିଜ ସୁରକ୍ଷା ପାଇଁ ନିଜେ ଆଗେଇ ଆସିବାକୁ ଏସପି ସାରା ଶର୍ମା କହିଛନ୍ତି । କାର୍ଯ୍ୟକ୍ରମରେ ମହିଳା ଓ ଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.