ସରକାରୀ କର୍ମଚାରୀଙ୍କୁ ଜଳଖିଆରେ ଆଉ ମିଳିବନି ଚା’-ବିସ୍କୁଟ, ପ୍ଳାଷ୍ଟିକ ବୋତଲରେ ପାଣି ପିଇବା ମଧ୍ୟ ହେବ ବନ୍ଦ

ସରକାରୀ ଅଧିକାରୀ ଏବେ ବୈଠକ ସମୟରେ ଆଉ ଉଠାଇ ପାରିବେ ନାହିଁ ଚା ସହ ବିସ୍କୁଟର ମଜା। ଅଧିକାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି ଏବେ ସରକାର ଉଠାଇଛନ୍ତି ନୂଆ ପଦକ୍ଷେପ। ଏଣୁ ଏବେ ଚା ଏବଂ ବିସ୍କୁଟ ସ୍ଥାନରେ ଦେଶରେ ସରକାରୀ କର୍ମଚାରୀଙ୍କୁ ଜଳଖିଆରେ ଭିଜା ଏବଂ ସିଝା ଚଣା/ବୁଟ ଦିଆଯାଇବାର ଘୋଷଣା ହୋଇଛି। ଏହା ବ୍ୟତୀତ ସରକାରୀ କ୍ୟାଣ୍ଟିନରେ ମଧ୍ୟ ବିସ୍କୁଟର ବିକ୍ରିକୁ ବନ୍ଦ କରାଯିବ ବୋଲି ଶୁଣିବାକୁ ମିଳିଛି।

କେନ୍ଦୀୟ ସ୍ବାସ୍ଥ୍ୟା ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡା.ହର୍ଷବଦ୍ଧନଙ୍କ ଆବେଦନ କ୍ରମେ ଏହି ସର୍କୁଲାର ଜାରି କରାଯାଇଛି। ଏଥିରେ ପ୍ଳାଷ୍ଟିକ ବୋତଲରେ ପାଣି ପିଇବା ହାନିକାରୀକ ବୋଲି ମଧ୍ୟ କୁହାଯାଇଛି। ନିକଟ ଭବିଷ୍ୟରେ ସରକାରୀ ବୈଠକ ମାନଙ୍କରେ ଏହାର ପ୍ରୟୋଗକୁ ମଧ୍ୟ ବନ୍ଦ କରାଯିବ ବୋଲି କୁହାଯାଇଛି। ଜଣେ ବରିଷ୍ଠ ନାଗରିକଙ୍କ ଅନୁଯାୟୀ ପ୍ଳାଷ୍ଟିକ୍ ଆବର୍ଜନା ଦ୍ବାରା ଖୁବ ପ୍ରଦୂଷଣ ହେଉଥିବା ସମସ୍ତେ ଜାଣିଛନ୍ତି । ଫଳରେ ଏହି ନିୟମର ଲାଗୁ ଯେତେ ଶୀଘ୍ର ହେବ ସେତେ ଭଲ ବୋଲି କହିଛନ୍ତି ।

all party meeting

କାହା ବଦଳରେ କଣ ମିଳିବ ଜଳଖିଆ

ବିସ୍କୁଟ ଏବଂ ଚା ବଦଳରେ ସିଝା ଏବଂ ଭିଜା ବୁଟ/ଚଣା, ଖଜୁରୀ, ବାଦାମ ଏବଂ ଅଖରୋଟ ଆଦିକୁ ସାମିଲ କରାଯିବ। ଏହା ଦ୍ବାରା କର୍ମଚାରୀଙ୍କ ସ୍ବାସ୍ଥ୍ୟା ସୁସ୍ଥ ରହିବ ବୋଲି କୁହାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରଥମେ ଏହି ନିୟମ ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ବିଭାଗରେ ଲାଗୁ କରାଯିବ। ତେବେ ଏହା ଏକ ଉତ୍ତମ ପଦକ୍ଷେପ ହୋଇଥିବା ବେଳେ ଖୁବ ଶୀଘ୍ର ଏହାକୁ ସମସ୍ତ ବିଭାଗରେ ଲାଗୁ କରାଯିବ। ଏପରିକି ସରକାରୀ ଡାକ୍ତରଖାନା ଏମ୍ସରେ ମଧ୍ୟ ବିସ୍କୁଟ ବିକ୍ରିକୁ ବନ୍ଦ କରାଯିବ। ଏହା ବ୍ୟତୀତ ଦେଶର ବିଭିନ୍ନ ଡାକ୍ତରଖାନାରେ ବିସ୍କୁଟର ବିକ୍ରିକୁ ବନ୍ଦ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.