ଗାଈ, ଛେଳି ଚରାଇବାକୁ ମନା କରି ଗାଁରୁ ବାସନ୍ଦ ହେଲେ ୫ ପରିବାର

କନ୍ଧମାଳ : କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ପଞ୍ଚାୟତରେ ମଧ୍ୟଯୁଗୀୟ ବର୍ବରତା । ଏଠାକାର ଦୁରୁକାପଡ଼ା ଗାଁର ଘଟଣା । ଏହି ଗାଁ ଲୋକଙ୍କର ଗାଈ, ଛେଳି ଚରାଇବାକୁ ମନା କରିଦେଲେ । ଏହାର ଫଳ ମିଳିଲା ୫ଟି ପରିବାରକୁ ଗାଁରୁ ବାସନ୍ଦ ହେଲେ। ପଞ୍ଚାୟତ ବସି ଏହି ନିଷ୍ପତ୍ତି ନିଆଯିବା ପରେ ୫ଟି ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଗୃହପାଳିତ ପଶୁ ଚରାଇବା ପାଇଁ ଦୁରୁକୁପଡ଼ା ଗାଁ ଲୋକେ ବାହାରର କିଛି ଲୋକଙ୍କୁ ଆଣି ନିଜ ଗାଁରେ ରଖିଥିଲେ। କିନ୍ତୁ ଗତ ତିନି ବର୍ଷ ହେବ ଏମାନେ ପଶୁଙ୍କୁ ଚରାଇବାକୁ ମନା କରି ଦେଇଥିଲେ। ତା ପରେ ପଞ୍ଚାୟତ ବସି ସେମାନଙ୍କୁ ନିଆଁ ପାଣି ବାସନ୍ଦ କରାଯିବା ସହ ଗାଁରୁ ବାହାରିଯିବାକୁ କୁହାଯାଇଛି। ଏନେଇ ସେମାନେ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ସିର୍ତ୍ତିଗୁଡ଼ା ସରପଞ୍ଚ କହିଛନ୍ତି ବାସନ୍ଦଙ୍କୁ ଶୀଘ୍ର ଥଇଥାନ ପାଇଁ ଗ୍ରାମ୍ୟ କମିଟିରେ ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.