ବରଗଡ: ୬୦ ହଜାର ଟଙ୍କାରେ ବିକ୍ରୀ ହୋଇଥିବା ନାବାଳିକା ଉଦ୍ଧାର, ଅନାଥ ଆଶ୍ରମ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ବରଗଡ: ମହିଳାଙ୍କ ସୁରକ୍ଷା ନାଁରେ ଦିଆଯାଉଛି ଯୌନ ନିର୍ଯାତନ। ନିଶା ଇଂଜେକ୍ସନ ଓ ଟବଲେଟ ଦେଇ କରାଯାଉଛି ସେକ୍ସ। ମହିଳାଙ୍କ ସୁରକ୍ଷା ସ୍ଥଳି ରାତିରେ ପାଲଟି ଯାଉଛି ଯୌନ ପିପାଶୁଙ୍କ ଆଡ୍ଡା ସ୍ଥଳୀ। ରାତି ୧୧ଟାରୁ ଭୋର ୩ଟା  ପର୍ଯ୍ୟନ୍ତ ଚାଲୁଛି ବେଧଡକ ସେକ୍ସ କାରବାର। ଏପରି ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଚକରକେନ୍ଦ ସ୍ଥିତ ମାତୃଛାୟା ଅନୁଷ୍ଠାନ ବିରୋଧରେ।

ଅବହେଳିତ ଓ ଅନାଥ ମହିଳାଙ୍କ ଥଇଥାନ ପାଇଁ ବରଗଡ ସୋହିଲା ରାସ୍ତା  ପାର୍ଶ୍ବରେ ଥିବା ଚକରକେନ୍ଦ ଗ୍ରାମରେ ବହୁ ବର୍ଷ ହେବ ଚାଲିଆସଚୁଛି ଏହି ମାତୃଛାୟା ଅନୁଷ୍ଠାନ। ଯେଉଁଠାରେ ରହୁଛନ୍ତି ଅନେକ ବିବାହିତ ଓ ଅବିବାହତି ମହିଳା ଯାହାକୁ ସମାଜ କଲ୍ୟାଣ ସମିତିର ତତ୍ବବଧାନରେ ଚାଲିଆସୁଛି। କିନ୍ତୁ ବହୁଦିନ ହେବ ଏଠାରେ ଯୌନ କାରବାର ହେଉଥିଲେ ମଧ୍ୟ ଏହା ବିଷୟରେ କହାପାଖରେ ବି ଖବର ନାହିଁ। ତେବେ କେବଳ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ମହିଳା ରହିବାର ନିୟମ ଥିଲେ ମଧ୍ୟ ଏଠାରେ ୧୫ବର୍ଷ ତଳକୁ ନାବାଳିକାଙ୍କୁ କେମିତି  ରଖାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

ଏହି ସେକ୍ସ କାରବାରର ତଥ୍ୟ ପଦାକୁ ଆସିପାରିନଥାନ୍ତା ଯଦି ସେହି ଅନୁଷ୍ଠାନର ୧୫ ବର୍ଷର ଝିଅ ୬୦ ହଜାର ଟଙ୍କାରେ ବିକ୍ରୀ ହୋଇ ବାହାରେ ସତ୍ୟ ଉନ୍ମୋଚନ କରିନଥାନ୍ତା। କିନ୍ତୁ ଏସବୁ ଭିତରେ ପୋଲିସର ଭୂମିକା ନେଇ ମଧ୍ୟ ବଡ ପ୍ରଶ୍ନ ଉଠୁଛି । କାରଣ କିଛି ଦିନ ତଳେ ଏହି ନାବାଳିକା  ଘରେ ଝଗଡା କରି ବାହାରକୁ ଚାଲି ଆସିଥିବା ବେଳେ ଭେଡେନ ପୋଲିସ ତାଙ୍କୁ ଉଦ୍ଧାର କରି  ଜିଲ୍ଲା ଶିଶୁ କଲ୍ୟାଣ ବିଭାଗରେ ନଦେଇ ମାତୃଛାୟା ରେ ଛାଡିଥିଲା। କିନ୍ତୁ ଏହି  ମାତୃଛାୟାରେ ପୋଲିସ କାହିଁକି ତାଙ୍କୁ ବେଆଇନ ଭାବେ ଛାଡିଲା ତାହା ସନ୍ଦେହ ଘେରରେ ଅଛି।

 

ଉକ୍ତ ନାବାଳିକା  ଜଣକ ମାତୃଛାୟାରେ ୬ ଦିନ  ରହିବା ପରେ ଦୀପକ ରାଉତ ନାମକ ଜଣେ ଯୁବକଙ୍କୁ ୬୦ ହଜାର ଟଙ୍କାରେ ବିବାହ ପାଇଁ ବିକ୍ରୀ କରିଦିଆଯାଇଥିଲା। ଦୀପକ ସେହି ନାବାଳିକା ସହ ୫ ମାସ ହେବ ସ୍ବାମୀ ସ୍ତ୍ରୀର ସମ୍ପର୍କ ନେଇ ରହିବା ପରେ ନାବାଳିକାଙ୍କୁ ନଜଣାଇ କେଉଁ ଆଡେ ଚାଲିଯାଇଥିଲେ। କିଛି ଲୋକ ସେହି ନାବାଳିକାକୁ  ଉଦ୍ଧାର କରି ଜିଲ୍ଲା ଶିଶୁ ଅଧିକାରୀଙ୍କ ନିକଟକୁ ଆଣିବା ପରେ ଘଟଣା ବାହାରେ ପ୍ରଘଟ ହୋଇଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି –

୧-ଭେଡେନ ପୋଲିସ  କେଉଁ ନିୟମ ଆଧାରରେ  ଜଣେ ନାବାଳିକାକୁ ବେଆଇନ ଭାବେ ମାତୃଛାୟା ରଖିଲେ ଓ ମାତୃଛାୟା ପରିଚାଳକ ଜିଲ୍ଲା ଶିଶୁ କଲ୍ୟାଣ ସମିତିକୁ ଜଣାଇଲେ ନାହିଁ କାହିଁକି?

୨-ବାଲ୍ୟ ବିବାହା ଏକ ଆଇନତଃ ଅପରାଧ ଜାଣି ମଧ୍ୟ ମାତୃଛାୟା ପରିଚାଳକ ଦୀପକ ରାଉତ ନାମକ ବ୍ୟକ୍ତିଙ୍କ ସହ ବିବାହ କରାଇଲେ କେମିତି?

୩- ୬୦ ହଜାର ଟଙ୍କାରେ ବାଳିକା ଜଣକୁ ବିକ୍ରୀ କରାଗଲା କାହିଁକି

ତେବେ ଏହି ମାତୃଛାୟା ରେ ଥିବା ପ୍ରତ୍ୟେକ ଅନ୍ତେବାସୀ  ସୁରକ୍ଷିତ ଅଛନ୍ତି କି ନାହିଁ ତାହା ତଦନ୍ତପରେ ହିଁ ଜଣାପଡିବ।

 

Leave A Reply

Your email address will not be published.