ଇଂଲିସ୍ ମନ୍ଦିର !

ଉତ୍ତରପ୍ରଦେଶ : ଦୁନିଆରେ ଲୋକମାନେ ଇଂଲିସ୍ ଶିକ୍ଷିବା ପାଇଁ କ’ଣ କରୁ ନାହାଁନ୍ତି । ପୂରା ଦୁନିଆରେ ଜଣା ନାହିଁ କେତେଯେ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଇଂଲିସ୍ ନାଁ ଶୁଣିବା ମାତ୍ରେ ସେମାନଙ୍କୁ କାନ୍ଦ ଆସିଥାଏ କାହିଁକିନା ଏମାନେ ଇଂଲିସ୍ କହିପାରନ୍ତି ନାହିଁ । ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଠାକୁ ଯିବା ପରେ ଅପଣ ଫଟାଫଟ ଇଂଲିସ୍ କହିବା ଶିକ୍ଷି ପାରିବେ । ଏହି ମନ୍ଦିରଟି ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଗାଁରେ ଅବସ୍ଥିତ ଏହି ମନ୍ଦିର । ଯେଉଁ ଠାରେ ଇଂଲିସ୍ ଦେବୀଙ୍କର ଏକ ପ୍ରତିମୂର୍ତ୍ତୀ ରହିଛି ଯାହା ପୂରାପୂରୀ ଜଣେ ମହିଳା ବିଦେଶୀନିଙ୍କ ପାରି ଦେଖା ଯାଉଛନ୍ତି ।

ଲୋକମାନେ ଏହି ଦେବୀଙ୍କୁ ବିଦେଶୀ ମାତା ବୋଲି କୁହନ୍ତି । ଏହି ପ୍ରତିମାଙ୍କର ଗୋଟେ ହାତରେ କଲମ ଏବଂ ଅନ୍ୟ ହାତରେ ବହି । ଆପଣ ସମସ୍ତଙ୍କୁ କହି ରଖୁଛୁ ଏହି ପ୍ରତିମାଟି ପିତଳରେ ତିଆରି ହୋଇଛି ଏବଂ ଏହା ୨୦କେଜିର ଅଟେ । ଏହି ପ୍ରତିମା ଉପରେ ଲୋକମାନେ ଫୁଲ ଚଢାଇଥାନ୍ତି ଓ ମିନତୀ କରିଥାନ୍ତି ତାଙ୍କୁ ଯେମିତି ଇଂଳିସ୍ କହିବା ଆସିଯାଉ । ଏହି ମନ୍ଦିରଟି ୨୦୧୦ମସିହାରେ ନିର୍ମାଣ କରାଯାଇଥିଲା ।

ଦୁନିଆସାରା ଅଧିକାଂଶ ଲୋକ ଏଠାକୁ ଆସି ଏହି ଦେବୀ ମା’ଙ୍କ ପାଖରେ ମିନତୀ କରିଥାନ୍ତି ଏବଂ ଛୁଆ ସ୍କୁଲରେ ନାମ ଲେଖାଇବା ପୂର୍ବରୁ ଏଠାକୁ ଆସି ଦେବୀ ମା’ଙ୍କର ଆର୍ଶ୍ରୀବାଦ ନେବା ସହ ଇଂଲିସ୍ ପାଇଁ ମିନତୀ କରିଥାନ୍ତି । ଏହା ସତ କି ମିଛ ସେଠାରେ ରହୁଥିବା ଲୋକ ହିଁ କହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.