ଦିନକୁ ଦୁଇ ଓଳି ପେଟ ପୂରା ଖାଦ୍ୟ ନାହିଁ, କିନ୍ତୁ ଆୟକର ବିଭାଗ ଚଢଉ କରିବାରୁ ବାହାରିଲା ୧୦୦ କୋଟିର ସମ୍ପତ୍ତି

ପେଟ ପାଇଁ ଦିନକୁ ଦୁଇ ଓଳି ଖାଇବା ମିଳୁନାହିଁ । ହେଲେ ଇନକମ୍ ଟ୍ୟାକ୍ସ ଚଢାଉ କରିବା ପରେ ମିଳିଲା ୧୦୦ କୋଟିର ସମ୍ପତ୍ତି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଜୟପୁରରେ । ଆୟକର ବିଭାଗ ଜୟପୁର ଦିଲ୍ଲୀ ହାଇୱେରେ ୧୦୦ କୋଟିରୁ ଅଧିକ ମୂଲ୍ୟଥିବା ଏକ ଜମି ଖୋଜି ବାହାର କରିଛି ଯାହାର ମାଲିକାନା ଜଣେ ଆଦିବାସୀ ମହିଳାଙ୍କ ନିକଟରେ ଅଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କୁ ଏହି ଜମି ବିଷୟରେ କୌଣସି ସୂଚନା ନାହିଁ । ଏବେ ଆୟକର ବିଭାଗ ଏହି ଜମିକୁ ନିଜ କବଜାରେ ନେଇଯାଇଛି ।

ସୂଚନା ଅନୁଯାୟୀ, ଆୟକର ବିଭାଗକୁ ସୂଚନା ମିଳିଥିଲା ଦିଲ୍ଲୀ ହାଇୱେ ନିକଟରେ ବଡ଼ ବଡ଼ ଶିଳ୍ପପତିମାନେ ଆଦିବାସୀଙ୍କ ଜାଲ୍‌ ନାଁରେ ଜମି କିଣୁଛନ୍ତି । ଏମାନଙ୍କର କେବଳ କାଗଜରେ ନେଣଦେଣ ହେଉଛି । ଆଇନ୍ ଅନୁଯାୟୀ, ଜଣେ ଆଦିବାସୀର ଜମି ଆଉ ଜଣେ ଆଦିବାସୀ ହିଁ କିଣି ପାରିବ । ତେବେ କାଗଜ ପତ୍ରରେ କିଣାବିକା ହେବା ପରେ ନିଜ ଲୋକଙ୍କ ନାଁରେ ପାୱାର ଅଫ ଆଟର୍ଣ୍ଣି ସାଇନ୍ କରାଇ ରଖି ନେଉଛନ୍ତି । ଯାଂଚ ହେବା ପରେ ଜଣା ପଡିଲା ଜମିର ମାଲିକ ହେଉଛନ୍ତି ସଞ୍ଜୁ ଦେବୀ ମୀଣା । ଯାହାଙ୍କ ଘର ହେଉଛି ରାଜସ୍ଥାନର ସ୍ବୀକାର ଜିଲ୍ଲାରେ ଥିବା ଏକ ଛୋଟ ଗାଁ । ପାହାଡ ଘେରରେ ଥିବା ଏହି ଅଂଚଳରେ ପହଂଚିବା ସହଜ ନୁହେଁ ।

ଅନ୍ୟପଟେ ସଞ୍ଜୁ ଦେବୀ କୁହନ୍ତି ତାଙ୍କ ସ୍ବାମୀ ଏବଂ ଶଶୁର ମୁମ୍ବାଇରେ କାମ କରୁଥିଲେ । ୨୦୦୬ରେ ତାଙ୍କଠାରୁ ଏକ କାଗଜରେ ଟିପ ଚିହ୍ନ ନେଇଥିଲେ । ଏବେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ୧୨ ବର୍ଷ ହେବ ହୋଇସାରିଲାଣି । ସେ ଏହି ସମ୍ପତ୍ତି ବିଷୟରେ ଜାଣି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.