କେନ୍ଦ୍ର ସରକାରରେ ଖାଲି ପଡିଛି ୭ ଲକ୍ଷ ନିଯୁକ୍ତି ପଦ, କେବଳ ରେଲୱେରେ ହେବ ୨.୬ ଲକ୍ଷ ଭର୍ତ୍ତି

ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଲୋକସଭାରେ କହିଛନ୍ତି ଯେ ୨୦୧୮ ମାର୍ଚ୍ଚରୁ ସରକାର ବିଭାଗରେ ପ୍ରାୟ ସାତ ଲକ୍ଷ ପଦ ଖାଲି ପଡିଛି। ପାଖାପାଖି ୨.୬ ଲକ୍ଷ ପଦ କେବଳ ରେଲୱେରେ ହିଁ ଖାଲି ପଡିଛି। ଅବଶ୍ୟ ୨୦୧୯ ମାର୍ଚ୍ଚରେ ଆର୍ଥିକ ବର୍ଷ ଶେଷରେ ଖାଲି ପଡିଥିବା ପଦକୁ ନେଇ ସଂସଦରେ କୌଣସି ରିପୋର୍ଟ ଦିଆଯାଇନାହିଁ। ଏହାର କାରଣ ମଧ୍ୟ କୁହାଯାଇନାହିଁ। ଗଙ୍ଗୱାର କହିଛନ୍ତି ଖାଲି ପଦକୁ ଭରିବା ସରକାରଙ୍କ ପ୍ରାଥମିକତାରେ ସାମିଲ ଅଛି। ଏହାଛଡା ରୋଜଗାରକ୍ଷମ କରାଇବା ଏବଂ ରୋଜଗାରରେ ସୁଧାର କରିବାରେ ମଧ୍ୟ ଜୋର ଦିଆଯାଉଛି।

କଂଗ୍ରେସ ସାଂସଦ ଦୀପକ ବ୍ୟାଜ୍ ଏବଂ ଭାଜପା ସାଂସଦ ଦର୍ଶନା ଜରଦୋଶ ସରକାରୀ ବିଭାଗରେ ଖାଲି ପଡିଥିବା ପଦ ସଂଖ୍ୟା ଏବଂ ସେଗୁଡିକୁ ଭର୍ତ୍ତି କରାଇବା ପାଇଁ ଉଠାଯାଇଥିବା ପଦକ୍ଷେପକୁ ନେଇ ସରକାରଙ୍କୁ ଠାରୁ ଉତ୍ତର ଚାହିଁଥିଲେ। ଉତ୍ତରରେ ଗଙ୍ଗୱାର କହିଥିଲେ ଖାଲି ପଦକୁ ଭରିବା ଏକ ନିରନ୍ତର ପ୍ରକ୍ରୀୟା ଅଟେ। ସେ କହିଥିଲେ ଏହା ସୁନିଶ୍ଚିତ କରିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଙ୍କ କାମ ଅଟେ ତାଙ୍କ ଅଧିକାର କ୍ଷେତ୍ରରେ ଆସୁଥିବା ପଦକୁ ଭର୍ତ୍ତି କରିଦିଆଯାଉ।

ଏହା ସହ ପଢ଼ନ୍ତୁ : ପ୍ରତିମାସରେ ମିଳିବ ୧୨୫୦୦ ଟଙ୍କାର ସ୍କଲାରସିପ୍, ଶିକ୍ଷାର୍ଥୀଙ୍କ ପାଇଁ ମୋଦି ସରକାରଙ୍କ ଦମଦାର ସ୍କିମ୍

ବ୍ୟୟ ବିଭାଗ ଅନୁସାରେ ସରକାରୀ ବିଭାଗ ଏବଂ ମନ୍ତ୍ରାଳୟରେ ସମସ୍ତ ସ୍ତରରେ ୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ୬.୪ ଲକ୍ଷ ପଦ ଖାଲି ପଡିଥିଲା। ଡାଟାରୁ ଏହା ଜଣାପଡିଛି ଯେ ୩୮.୦୩ ଲକ୍ଷ ପଦ ତୁଳନାରେ କେବଳ ୩୧.୧୯ ପଦରେ ନିଯୁକ୍ତି ହୋଇଥିଲା। ସବୁଠୁ ଅଧିକ ସରକାରୀ ଚାକିରି ଦେଉଥିବା ରେଲୱେ ପାଇଁ ସ୍ୱୀକୃତ ପଦ ସଂଖ୍ୟା ୧୫.୦୮ ଥିଲା। ଏହାପରେ ଦ୍ବିତୀୟ ନମ୍ବରରେ ରହିଛି ରକ୍ଷା ମନ୍ତ୍ରାଳୟ। ଯେଉଁଠି ସ୍ୱୀକୃତ ପଦ ସଂଖ୍ୟା ୧୫.୦୮ ଲକ୍ଷ ଥିଲା ଯେଉଁଠି ୧.୮୭ ଲକ୍ଷ ପଦ ଖାଲି ପଡିଛି। ସେହିଭଳି ଦିଲ୍ଲୀ ପୋଲିସରେ ୭୨,୩୬୫ ପଦ ଖାଲି ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.