ଲଙ୍ଗଳା ଦର୍ଶକ : ବିଶ୍ବକପ ମଝିରେ ନଗ୍ନ ଅବସ୍ଥାରେ ପଡିଆକୁ ପଶିଲା ଫ୍ୟାନ୍‌, ତାପରେ ଯାହା ହେଲା ଭାଇରାଲ ହୋଇଗଲା ଭିଡିଓ

ଲଣ୍ଡନ : ଗତକାଲି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ୍ ସେମିଫାଇଲ ପ୍ରବେଶ ପାଇଁ ଚାଲିଥିଲା ଯୋରଦାର ମୁକାବିଲା। ଚିଷ୍ଟର ଲି ଷ୍ଟ୍ରିଟର ରିଭରସାଇଡ ମୈଦାନରେ ଖେଳ ଚାଲୁଥିବା ବେଳେ ହଠାତ୍ ମୈଦାନ ମଧ୍ୟକୁ ନଗ୍ନ ଅବସ୍ଥାରେ ପ୍ରବେଶ କରିଥିଲେ ଜଣେ ବ୍ୟକ୍ତି। ଏପରିକି ଏହିକାରଣରୁ ପାଖାପାଖି ୫ମିନିଟ ପାଇଁ ଖେଳ ଅଟକି ରହିଯାଇଥିଲା।

naked man 2

ନ୍ୟୁଜିଲାଣ୍ଡ ତାହାର ୩୪ତମ ଓଭର ଖେଳୁଥିବା ବେଳେ ନଗ୍ନ ବ୍ୟକ୍ତିଜଣଙ୍କ ପିଚ୍ ଉପରକୁ ହଠାତ୍ ପଳାଇଆସିଥିଲା। କେବଳ ତାହା ନୁହଁ ମୈଦାନରେ ଏପଟସେପଟ ଦୌଡିବା ମଧ୍ୟ ଆରମ୍ଭ କରିଥିଲେ। ଏପରିକି ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ଖୁବ କଷ୍ଟ କରିବାକୁ ପଡିଥିଲା। ତାଙ୍କୁ ଧରିବା ପାଇଁ ତାଙ୍କ ପଛରେ ପଛରେ ଦୌଡୁଥିଲେ ସୁରକ୍ଷାକର୍ମୀ । ମୈଦାନରେ ଚାଲୁଥିବା ଏହି ହଙ୍ଗମାକୁ ଦେଖି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳର ଖେଳାଳି ନିଜର ହସକୁ ଅଟକାଇ ପାରିନଥିଲେ।

naked man

ଚଳିତ ବର୍ଷ ବିଶ୍ବକପରେ କୌଣସି ସାଧାରଣ ବ୍ୟକ୍ତି ମୈଦାନ ଭିତରକୁ ପଶିଆସିବା ଭଳି ଘଟଣା ଏହା ପ୍ରଥମ ଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ମ୍ୟାଚ ସମୟରେ ନିଜ ମନପସନ୍ଦ ଖେଳାଳିଙ୍କୁ ଦେଖା କରିବା ପାଇଁ ମୈଦାନ ମଧ୍ୟକୁ ପଶି ଆସନ୍ତି ଅନେକ ପ୍ରଶଂସକ। ଏପରିକି ଖେଳାଳିଙ୍କୁ ଆହତ କରିବାକୁ ମଧ୍ୟ କିଛି ଚେଷ୍ଠା କରିଛନ୍ତି।

ନିଶ୍ଚିତ ପଢ଼ନ୍ତୁ: ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି ? ବିଭିନ୍ନ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା

ତେବେ ଗତକାଲି ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୧୧୯ରନରେ ହରାଇ ୨୭ବର୍ଷ ପରେ ବିଶ୍ବକପ୍ ସେମିଫାଇନାଲରେ ପ୍ରବେଶ କରିଛି। ଶ୍ରୀଲଙ୍କାରୁ ହରିବା ପରେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଇଂଲଣ୍ଡକୁ କଡା ସଂଘର୍ଷ କରିବାକୁ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.