Below header

ପାହାଡରୁ ଖସୁଥିଲା ପଥର, ହେଲେ ଅମରନାଥ ଯାତ୍ରୀଙ୍କ ପାଇଁ ଢାଲ ପରି ଛିଡା ହୋଇଗଲେ ଯବାନ

୧ ଜୁଲାଇରୁ ଆରମ୍ଭ ହୋଇ ସାରିଛି ଅମରନାଥ ଯାତ୍ରା । ୪୫ ଦିନ ଯାଏ ଚାଲୁଥିବା ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଦିନ ରାତି ଲାଗିଛନ୍ତି ଆଇଟିବିପି ଯବାନ୍ । ୧୫ ଅଗଷ୍ଟରେ ଶେଷ ହେବ ଏହି ଅମରନାଥ ଯାତ୍ରା । ତେବେ ଏହି ଯାତ୍ରୀଙ୍କ ପାଇଁ ସୁରକ୍ଷା ପାଇଁ ଯବାନ୍ ମାନେ କଣ କରିପାରନ୍ତି ତାହାର ଏକ ଝଲକ ଦେଖିବାକୁ ମିଳିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଝଡ ପରି ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯାଉଥିବା ସମୟରେ ପାହାଡରେ ହଠାତ୍ ହୋଇଛି ଭୁସ୍ଖଳନ ହେଉଛି । ଆଉ ବଡ଼ ପଥର ଖଣ୍ଡେ ଭକ୍ତଙ୍କ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ହେଲେ ସୁରକ୍ଷାରେ ଥିବା ଯବାନ ଏହି ପଥର ସମ୍ନାରେ ଚଟାଣ ଭଳି ଛିଡା ହୋଇଯାଇଛନ୍ତି । ଯାହା ଫଳରେ ପଥରଟି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ପହଂଚିପାରିନାହିଁ । ଯଦି ଏହାକୁ ଯବାନ ଜଣକ ଅଟକାଇ ନଥାନ୍ତେ ତେବେ ନିଶ୍ଚିତ ଭାବରେ କିଛି ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥାନ୍ତା । ଏହି ସମୟରେ ଭିଡିଓ ଦେଖିଲେ ଆପଣଙ୍କ ନିଶ୍ବାସ ବି କିଛି ସମୟ ପାଇଁ ବନ୍ଦ ହୋଇଯିବ । ଯବାନଙ୍କ ଏହି ବାହାଦୁରୀ ଦେଖି ପୁରା ଦେଶ ଏବେ କରୁଛି ସଲାମ୍ ।

ଏହା ସହ ପଢନ୍ତୁ ଦିନକୁ ଦୁଇ ଓଳି ପେଟ ପୁରା ଖାଦ୍ୟ ନାହିଁ, କିନ୍ତୁ ଆୟକର ବିଭାଗ ଚଢଉ କରିବାରୁ ବାହାରିଲା ୧୦୦ କୋଟିର ସମ୍ପତ୍ତି

ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.