ବହୁତ ଦିନ ହେବ ମହିଳାଙ୍କ କାନ ହେଉଥିଲା କୁଣ୍ଡାଇ, ଡାକ୍ତର ବାହାର କଲେ ଏମିତି ଜୀବ

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଜଣେ ମହିଳାଙ୍କ କାନ ଦୀର୍ଘଦିନ ହେବା କଣ୍ଡାଇ ହେଉଥିଲା ଓ ଦରଜ ମଧ୍ୟ ହେଉଥିଲା ଏଥିପାଇଁ ମହିଳା ଜଣକ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ପରେ ଡାକ୍ତର ସେହି ମହିଳାଙ୍କ କାନରୁ ଏକ ଜିଅନ୍ତା ଝିଟିପିଟିକୁ କାଢିଛନ୍ତିି।

୨୫ ବର୍ଷ ବୟସ୍କ ଡାକ୍ତର ବରନ୍ୟା ନଗାଥାମ୍ବି ଅଟୋସ୍କୋପର ବ୍ୟବହାର କରି ଦେଖିବାକୁ ପାଇଥିଲେ ଯେ, ମହିଳାଙ୍କ କାନରେ ଝିଟିପିଟିଟିଏ ଅଛି। ଏହା ପରେ ଡାକ୍ତର ଜଣକ ମହିଳାଙ୍କ କାନରେ ଆଣ୍ଟିବାୟୋଟିକ ପକାଇଥିଲେ ଯାହାଫଳାରେ ଝିଟିପିଟିଟି ବହାରକୁ ଆସିପାରିବ। କିନ୍ତୁ ଏହା ପକାଇବା ପରେ କିଛି ଲାଭ ମିଳିନଥିଲା। ଏହାପରେ ଡାକ୍ତର ଜଣକ ଏକ ଚିମୁଟା ସାହାଯ୍ୟରେ ସେହି ଝିଟିପିଟିକୁ ବାହାର କରିଥିଲେ। ଏହାକୁ ଦେଖି ଅନ୍ୟ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଡକ୍ତର ବରନ୍ୟା ଫେସବୁକରେ ପୋଷ୍ଟ ଶେୟାର କରି ଏହି ଘଟଣା ସମ୍ପର୍କରେ ଲେଖିଥିଲେ। ସେ ଲେଖିଥିଲେ ଝିଟିପିଟିଟି ଜୀବିତ ଥିଲା ଓ କାନ ଭିତରେ ଚାଲୁଥିଲା ଯାହା ପାଇଁ ମହିଳାଙ୍କ କାନ କୁଣ୍ଡାଇ ହେଉଥିଲା ଓ ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କ କହିବା ମୁତାବକ ଥାଇଲାଣ୍ଡରେ ଏହି ଝିଟିପିଟିକୁ ଜିଙ୍ଗଜୋକ ନାମରେ ଜଣାଯାଇଥାଏ। ଏହି ଝିଟିପିଟିଟି କାନରେ କେମିତି ପଶିଲା ତାହା ଜଣା ପଡିନଥିଲା। ବର୍ତ୍ତମାନ ମହିଳା ଜଣକ ଡାକ୍ତରଙ୍କ ତତ୍ବବଧାନରେ ଥିବା ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.