ମାସକୁ ମାତ୍ର ୧୫୩ ଟଙ୍କାରେ ୧୦୦ ଚ୍ୟାନେଲ : TRAI

ଟିଭି ଦର୍ଶକଙ୍କ ପାଇଁ ଖୁସି ଖବର। କେବୁଲ ହେଉ ନା ଡାଇରେକ୍ଟ ଟୁ ହୋମ୍ (D2H) ଭାରତୀୟ ଦୁର ସଞ୍ଚାର ନିୟାମକ ପ୍ରାଧିକରଣ ( ଟ୍ରାଇ ) ଗୋଟିଏ ଆଦେଶ ଜାରୀ କରିଛନ୍ତି। ଯାହା ଦ୍ବାରା ଉପଭୋକ୍ତା ପ୍ରତି ମାସରେ କେବଳ ୧୫୩.୪୦ ଟଙ୍କା ଦେୟ କରି ୧୦୦ ଦେୟ ଏବଂ ଫ୍ରୀ ଚ୍ୟାନେଲ ଦେଖିପାରିବେ। ଟ୍ରାଇ ପ୍ରେସ ବିଜ୍ଞପ୍ତି ଅନୁସାରେ ଉପଭୋକ୍ତାଙ୍କୁ ଏହି ୧୦୦ଟି ଚ୍ୟାନେଲକୁ ବାଛିବାକୁ ପଡିବ କାରଣ ନୂଆ ପ୍ରଣାଳୀ ଫେବ୍ରୁୟାରୀ ୧ରୁ ଆରମ୍ଭ ହେବ।

dthଏଥିରେ ଏଚଡି ଚ୍ୟାନେଲ ସାମିଲ ନାହିଁ ବୋଲି ସୂଚନା ଦେଇଛି ଟ୍ରାଇ। ଅବଶ୍ୟ କିଛି ମିଡିଆ ଏଜେନ୍ସୀ ଜଣାଇଛନ୍ତି ଯେ ଏଚଡି ଚ୍ୟାନେଲ ମଧ୍ୟ ଚୟନ କରିହେବ। ଗୋଟିଏ ଏଚଡି ଚ୍ୟାନେଲ ଦୁଇଟି ସାଧାରଣ ଚ୍ୟାନେଲ ସହିତ ସମାନ ଅଟେ। ଉପଭୋକ୍ତା ମାନେ ସୂଚନା ବା ବିବରଣୀ ପାଇଁ ସେମାନଙ୍କର ସର୍ଭିସ୍ ପ୍ରଭାଇଡରର୍ସଙ୍କ ସହିତ ଆଲୋଚନା କରିପାରିବେ। ଉପଭୋକ୍ତା ମାନେ କଲ୍ କରି କିମ୍ବା [email protected] ରେ ମେଲ ପଠାଇ ନିଜର ସନ୍ଦେହ ଦୂର କରିପାରିବେ।

ଟ୍ରାଇ ଦ୍ବାରା ନିଆଯାଇଥିବା ଅନ୍ୟ ପ୍ରମୁଖ ନିର୍ଣ୍ଣୟ ହେଉଛି ଗୋଟିଏ ଚ୍ୟାନେଲର ମାକ୍ସିମମ ପ୍ରାଇସ୍ ୧୯ ଟଙ୍କା ପ୍ରତି ମାସ ପର‌୍ୟ୍ୟନ୍ତ ସୀମିତ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.