Below header

ଆୟକରରେ ମିଳିବ ୧୦୦ ପ୍ରତିଶତ ରିହାତି, ବିଭିନ୍ନ ସ୍କିମ୍‌ ଜରିଆରେ ଉଠାନ୍ତୁ ଫାଇଦା

କେନ୍ୟୁଜ୍‌(ବ୍ୟୁରୋ): ଆପଣ ଆୟକର ଭରୁଛନ୍ତି ତ? ଆପଣଙ୍କ ପାଇଁ ଆମେ ନେଇ ଆସିଛୁ ଖୁସି ଖବର । ଆପଣଙ୍କୁ ଏବେ ବଡ଼ ଫାଇଦା ମିଳିବାକୁ ଯାଉଛି । ଆପଣଙ୍କ ବାର୍ଷିକ ରୋଜଗାର ଯଦି ୧୦ ଲକ୍ଷରୁ ବି ଅଧିକ ତଥାପି ଆପଣଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । ଆପଣଙ୍କୁ ଆୟକର ଉପରେ ପୁରା ୧୦୦ ପ୍ରତିଶତ ରିହାତି ମିଳିବ । ଆସନ୍ତୁ ଜାଣିବା କିପରି ମିଳିବ ଏହି ରିହାତି ।

ଏବେ ୨.୫ଲକ୍ଷ ରୋଜଗାର ଉପରେ କୌଣସି କର ଦେବାକୁ ପଡ଼ିନଥାଏ । ଏହାପରେ ବି ୧୦.୫ ଲକ୍ଷ ରୋଜଗାରରେ ଆପଣଙ୍କୁ କୌଣସି କର ଦେବାକୁ ପଡ଼ିବ ନାହିଁ ।

ଯଦି ଆପଣଙ୍କ ବାର୍ଷିକ ରୋଜଗାର ୧୦ ଲକ୍ଷ ୫୦ ହଜାର ରହିଛି ତେବେ ଏଥିରେ ଆପଣଙ୍କୁ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିସକାଉଣ୍ଟ ମିଳିବ । ଏପରି ସ୍ଥିତିରେ ଆପଣଙ୍କୁ କେବଳ ୧୦ଲକ୍ଷ ଟଙ୍କାର ଆୟକର ଭରିବାକୁ ପଡ଼ିଥାଏ । ମିଡିଆ ରିପୋର୍ଟ ଅନୁଯାୟୀ ଚଳିତ ବଜେଟରେ ସରକାର ଷ୍ଟାଣ୍ଡାର୍ଡ ଡିସକାଉଣ୍ଟରେ ବୃର୍ଦ୍ଧିକରି ୭୦ ହଜାର କରିବାକୁ ଯାଉଛନ୍ତି ।

ଏସବୁ ପରେ ଆୟକର ଆଇନ ୧୯୬୧ର ଧାରା ୮୦ ଅନୁସାରେ ୧.୫ ଲକ୍ଷ ଟଙ୍କାର ଟ୍ୟାକ୍ସ ରିହାତିର ଫାଇଦା ନେଇ ପାରିବେ । ଏଥିରେ ଏଲଆଇସିଠୁ ପିପିଏଫ ପର୍ଯ୍ୟନ୍ତ ଅନେକ ପ୍ରକାରର ସୁବିଧା ଆସୁଛି । ଏହି ହିସାବରେ ଆପଣଙ୍କୁ କେବଳ ୮ ଲକ୍ଷ ୫୦ ହଜାର ଟଙ୍କାର ଆୟକର ଦେବାକୁ ହେବ ।

ଏହାସହ ଆୟକର ଆଇନ ୧୯୬୧ର ଧାରା ୮୦CCD ଅନୁଯାୟୀ ଏନପିଏସରେ ଟ୍ୟାକ୍ସ ରିହାତି ପାଇ ପାରିବେ । ଏଥିରେ ଆପଣଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ରିହାତି ମିଳିପାରିବ । ଏବେ ଆପଣଙ୍କୁ କେବଳ ୮ ଲକ୍ଷ ଟଙ୍କା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ ।

ଯଦି ଆପଣ କୌଣସି ଘର କିଣିଛନ୍ତି ବା ଆପଣଙ୍କ ନା ରେ କୌଣସି ଗୃହଋଣ ରହିଛି ଆପଣ ଟ୍ୟାକ୍ସ ରିହାତିର ସୁବିଧା ନେଇ ପାରିବେ । ଆୟକର ଆଇନର ଧାରା ୨୪B ଅନୁସାରେ ଆପଣଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସରେ ରିହାତି ମିଳିବ । ଯଦି ଏସବୁକୁ ଦେଖିବା ଆପଣଙ୍କୁ କେବଳ ୬ ଲକ୍ଷ ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ ।

ଏହାସହ ଆୟକର ଧାରା ୮୦D ଅନୁଯାୟୀ ଆପଣ ଆପଣଙ୍କ ପରିବାର ଲୋକଙ୍କ ପାଇଁ ବୀମା କରିପାରିବେ । ଯେଉଁଥିରେ ଆପଣଙ୍କୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହାପରେ ଆପଣଙ୍କୁ କେବଳ ୫ ଲକ୍ଷ ୫୦ ହଜାର ଟଙ୍କାର ଟ୍ୟାକ୍ସ ଦେବାକୁ ହେବ ।
ଏସବୁ ପରେ ଯଦି ଆପଣ କୌଣସି ସ୍ୱେଚ୍ଛାସେବୀ ସଂସ୍ଥାସହ ଜଡ଼ିତ ଅଛନ୍ତି ଆପଣଙ୍କୁ ୨୫ ହଜାର ଟଙ୍କାର ଆୟକର ରିହାତି ମିଳିବ । ଏହାପରେ ଆପଣଙ୍କୁ କେବଳ ୫ ଲକ୍ଷ ଟଙ୍କା ଉପରେ ଟ୍ୟାକ୍ସ ଦେବାକୁ ହେବ । ଯେଉଁଥିରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏପରି ଭାବରେ ଆପଣଙ୍କୁ ଟ୍ୟାକ୍ସରୁ ରିହାତି ମିଳି ପାରିବ ଓ ଆପଣଙ୍କୁ କୌଣସି ଟ୍ୟାକ୍ସ ଭରିବାକୁ ପଡ଼ିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.