ବିବାହକୁ ନେଇ ସିରିୟସ୍ ହେଲେ କି ଡ୍ରାମା କ୍ୱିନ୍‌! ରାକ୍ଷୀ ସାୱନ୍ତରୁ ହେଲେ’ରାକ୍ଷୀ ସାୱନ୍ତ ଫାତିମା’

ମୁମ୍ବାଇ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ରାକ୍ଷୀ ତାଙ୍କ ପ୍ରେମିକ ଆଦିଲ ଦୁରାନୀଙ୍କ ସହ ଦ୍ୱିତୀୟ ବିବାହ କରିଥିବା ଜଣାପଡ଼ିଛି। ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି। ଉଭୟଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେମାନେ କୋର୍ଟ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି। ରାକ୍ଷୀଙ୍କର ଏପରି ଫଟୋ ଦେଖି ଫ୍ୟାନ୍‌ମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେମାନେ ଏହା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

f

ରାକ୍ଷୀ ଓ ଆଦିଲଙ୍କ ସମ୍ପର୍କ ସର୍ବଦା ଲାଇମ୍‌ଲାଇଟରେ ରହିଆସିଛି। ସର୍ବସାଧାରଣରେ ଉଭୟ ପରସ୍ପର ପ୍ରତି ପ୍ରେମ ପ୍ରକାଶ କରୁଥିବାର ଦେଖାଯାଏ। କିନ୍ତୁ ଲାଗୁଛି, ବର୍ତ୍ତମାନ ରାକ୍ଷୀ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି। ରାକ୍ଷୀ ଓ ଆଦିଲ ଦୁନିଆ ନଜରରୁ ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତି କୋର୍ଟ ବିବାହ କରିଛନ୍ତି ଏବଂ କୋର୍ଟ ବିବାହ ପରେ ସେମାନଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ବେକରେ ବରମାଳା ପିନ୍ଧିଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଆଦିଲ ଓ ରାକ୍ଷୀଙ୍କର ବିବାହ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକରେ ରାକ୍ଷୀ ହ୍ଵାଇଟ୍‌ ଓ ପିଙ୍କ୍‌ ରଙ୍ଗର ଶରାରା ପିନ୍ଧିଥିବା ବେଳେ ଆଦିଲ ନିଜର ସିମ୍ପଲ୍‌ ଲୁକରେ ନଜର ଆସୁଛନ୍ତି। ସେ ବ୍ଲାକ୍‌ ଶାର୍ଟ ସହିତ ଡେନିମ୍ ଜିନ୍ସ ପିନ୍ଧିଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ ଉଭୟ ନିଜର କୋର୍ଟ ବିବାହର ପ୍ରମାଣପତ୍ର ଧରିଛନ୍ତି। ଆଉ ଏକ ଫଟୋରେ ସେମାନେ ନିଜ ବିବାହ କାଗଜପତ୍ରରେ ଦସ୍ତଖତ କରୁଥିବାର ଦେଖା ଯାଉଛନ୍ତି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା କ୍ଷଣି ଫ୍ୟାନ୍‌ମାନେ ବହୁତ ଚକିତ ହୋଇ ଯାଇଛନ୍ତି। ଆପଣଙ୍କୁ ଜଣାଇ ରଖୁଛୁ କି, ଆଦିଲ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଏବଂ ସେ ଜଣେ ବିଜନେସ୍‌ମ୍ୟାନ।

g

ତେବେ ଇସଲାମିକ ରୀତିନୀତି ଅନୁଯାୟୀ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ୨୦୨୨ ରେ ହୋଇଥିଲା। ଆଉ ସେ ବର୍ତ୍ତମାନ ତାଙ୍କ ନାମକୁ ‘ ରାକ୍ଷୀ ସାୱନ୍ତ ଫାତିମା’ ରେ ପରିବର୍ତ୍ତନ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀ ଆଦିଲଙ୍କ ସହ ଏକ ଫଟୋ ସେୟାର କରି ରାକ୍ଷୀ ଲେଖିଛନ୍ତି ଯେ ଉଭୟେ ମେ ମାସରେ ବିବାହ କରିଥିଲେ। ଏବଂ ଲେଖିଛନ୍ତି “ଶେଷରେ, ମୁଁ ବହୁତ ଖୁସି ଯେ ମୁଁ ସାତ ମାସ ପରେ ମୋର ବିବାହ ବିଷୟରେ ମୁଁ ପ୍ରକାଶ କରୁଛି। ଏହି ଦମ୍ପତିଙ୍କ ‘ନିକା ନାମା’ଏବେ ପ୍ରଶଂସକ ଏବଂ ଗଣମାଧ୍ୟମରେ ଅନେକ ଆଗ୍ରହ ଏବଂ ଆଲୋଚନାର କାରଣ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.