Below header

Honda CBR650Rର ନୂଆ ଲୁକ୍ ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଳୀ : ୨୦୧୯ର Honda CBR650R ଭାରତରେ ଲଞ୍ଚ କରିଛି। ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ (HMSI) ନିଜର ସ୍ପୋର୍ସ ମିଡିଲବେଟ ମଡେଲ CBR650Rର ପ୍ୟାନ ଇଣ୍ଡିଆର ମୂଲ୍ୟ ୭,୭୦ଲକ୍ଷ ରଖିଛି। ନୂଆ Honda CBR650Rକୁ Honda CBR650Fର ସ୍ଥାନ ନେବା ପାଇଁ ଭାରତରେ ଲଞ୍ଚ କରାଯାଇଛି।

Honda CBR650Rରେ ପାୱାର ଜେନେରେଟ କରିବା ପାଇଁ ୬୪୯ସିସି, ଲିକ୍ୟୁଡ-କୁଲ୍ଡ, ଇନଲାଇନ-୪ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି। ଏହା ବ୍ୟତୀତ ଗ୍ଳୋବାଲ ବ୍ୟାରିଏଣ୍ଟରେ ୧୨,୦୦୦ଆରପିଏମ ୯୪ ବିଏଚପିର ଇଞ୍ଜିନ ଦିଆଯାଇଛି। ତେବେ ଭାରତୀୟ ଭର୍ସନର ଆଉଟପୁଟ ଅନ୍ତଃରାଷ୍ଟ୍ରୀୟ ଭର୍ସନରୁ କିଛିଟା ଭିନ୍ନ ରହିଛି। ଭାରତୀୟ ଭର୍ସନ ବାଇକର ଇଞ୍ଜିନ ୧୧,୫୦୦ ଆରପିଏମ୍ ୮୭ ବିଏଚପି ସହ ୬୦.୧ଏନଏମର ପିକଟ୍ରାର୍କ ଜେନେରେଟ କରିଥାଏ।

Honda-CBR650R

ନୂଆ Honda CBR650Rର ଭାରତୀୟ ବଜାରରେ ଦୁଇଟି ବ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି। ଏଥିରେ ଗ୍ରେଣ୍ଡ ପ୍ରିକ୍ସ ରେଡ ଏବଂ ମେଟ୍ ଗନପାଉଡର ବ୍ଳାକ ସାମିଲ ରହିଛି। ବାଇକରେ ସଂପୂର୍ଣ୍ଣ ଏଲଇଡି ଲାଇଟିଂ ଏବଂ ଡିଜିଟାଲ ଏଲସିଡି ଡିସପ୍ଳେ ଦିଆଯାଇଛି। ସେହିପରି ଏହାର ଫ୍ରଣ୍ଟରେ ୩୧୦ ମିଲିମିଟରର ଟ୍ବିନ ଫ୍ରଣ୍ଟ ଡିକ୍ସ ବ୍ରେକ ଦିଆଯାଇଛି। ସେହିପରି ରିୟରରେ ୨୪୦ ମିଲିମିଟରର ସିଙ୍ଗଲ ଡିସବ୍ରେକ ସହ ଡୁଆଲ ଚ୍ୟାନେଲ ଏବିଏସ ଷ୍ଟାଣ୍ଡାର୍ଡ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.