ଭାରତୀୟ ଡାକ ବିଭାଗରେ ୨୩୫୭ ପଦବୀରେ ବିନା ପରୀକ୍ଷାରେ ମିଳିବ ଚାକିରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ପଶ୍ଚିମବଙ୍ଗ ସର୍କଲ ପାଇଁ ଗ୍ରାମୀଣ ଡାକ ସେବକ(GDS) ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୯ ଅଗଷ୍ଟ ରହିଛି।

ଅଧିକ ଜାଣିବା ସିଧାସଳଖ ଲିଙ୍କ https://telanganapostalcircle.in/gdsonlinec3p8/Registration_A.aspx କ୍ଲିକ କରି ଆବେଦନ କରିପାରିବେ। ଏହାସହିତ https://appost.in/gdsonline/Home.aspx ଜରିଆରେ ଅଧିକାର ନୋଟିଫିକେସନ ଦେଖିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦବୀ ବିବରଣୀ: ୨୩୫୭

BPM/ABPM/GDS

ଆବେଦନ କରିବାର ଶେଷ ତାରିଖ ୧୯ ଅଗଷ୍ଟ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ବୋର୍ଡ ପରୀକ୍ଷା ବା ୧୦ମ ପାସ୍ କରିବା ଆବଶ୍ଯକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ସହିତ ଇଂଲିଶରେ ୧୦ମ ପାସ୍ କରିଥିବା ଜରୁରୀ।

ବୟସ ସୀମା: ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ଯକ।

ଆବେଦନ ଶୁଳ୍କ: ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ବେଳେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଆଧାରରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://telanganapostalcircle.in/gdsonlinec3p8/Registration_A.aspx

https://appost.in/gdsonline/Home.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.