ଦୁଇ ପରିବାର ଭିତରେ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ, ଜଣଙ୍କ ମୃତ୍ୟୁ

ବେଗୁନିଆ(କେନ୍ଯୁଜ୍): କମେଣ୍ଟ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ, ଜଣଙ୍କ ମୃତ୍ୟୁ। ବେଗୁନିଆ ଚକାପଦା ଗାଁରେ ଗତକାଲି ରାତିରେ ଦୁଇ ପରିବାର ନିଳମଣି ବାରିକ ଏବଂ ସ୍ବାଧିନ ସ୍ବାଇଁଙ୍କ ମଧ୍ୟରେ ପୂର୍ବ ଶତୃତାକୁ ନେଇ କମେଣ୍ଟ ମରାମରି ହୋଇଥିଲା । ତେବେ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ସ୍ବାଧିନ ପ୍ରଥମେ ନୀଳମଣିଙ୍କୁ ଆକ୍ରମଣ କରିଥିଲେ ।

ଫଳରେ ନିଳମଣି ଗୁରୁତର ଆହତ ହୋଇ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ପଠାଯାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗାଁରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.