Below header

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର, ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡିହା ଗ୍ରାମପଞ୍ଚାୟତ ଗୌଡ଼ିଆବାହାଳି ଗ୍ରାମରେ ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର କରି ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ, ସକାଳେ ଗ୍ରାମର ସାକ୍ଷୀ ମହାନ୍ତ(୮୧) ନାମ୍ନୀ ବିଧବା ବୃଦ୍ଧା ଶୌଚ ହେବା ପାଇଁ ଘର ବାଡ଼ି ପଛ ପଟକୁ ଯାଇଥିବା ସମୟରେ , ଜଙ୍ଗଲ ଭିତରୁ ଆସି ତାଙ୍କ ବାଡ଼ି ପଛ ପଟେ ଥିବା ଦୁଇଟି ଭାଲୁଙ୍କ ସମ୍ମୁଖରେ ପଡିଯାଇଥିଲେ। ଭାଲୁ ଆକ୍ରମଣ କରିବାରୁ ବୃଦ୍ଧା ଜଣକ ପାଟି କରିଥିଲେ। ପାଟି ଶୁଣି ପରିବାର ଲୋକେ ସେଠାକୁ ଦୌଡ଼ି ଯିବାରୁ ଭାଲୁ ଦୁଇଟି ନିକଟ ଜଙ୍ଗଲକୁ ପଳାଇ ଯାଇଥିଲେ।

ଆକ୍ରମଣର ଶିକାର ବୃଦ୍ଧାଙ୍କୁ ପରିବାର ଲୋକେ ଉଦ୍ଧାର କରି ଏକ ଓଟୋ ଯୋଗେ ଆଣି ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ଡାହାଣ ଗୋଡ ଜଙ୍ଘରେ ଭାଲୁ କାମୁଡି ଗଭୀର କ୍ଷତ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.