ପ୍ରତିଦିନ ଖାଇ ସାରିବା ପରେ ଖାଆନ୍ତୁ ମିସିରି, ଶୁକ୍ର ଗ୍ରହ ସ୍ଥିତିରେ ଆସିବ ସୁଧାର

ପୂଜା ପାଠରେ ମିସିର ବ୍ଯବହାର ଅନେକ ହୁଏ। ଏହାଛଡା ମିସିରି ମଧ୍ୟ ଆମ ସମସ୍ତଙ୍କ ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। ଜ୍ଯୋତିଷ ଶାସ୍ତ୍ରରେ ମିସିରର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ। ମିସିରି ଖାଇବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ସହିତ ଶରୀରକୁ ମଧ୍ୟ ମଜବୁତି ମିଳିଥାଏ। ଏଥିରେ ଆଜି ଆମେ ମିସିରି ସହିତ ଜଡିତ କିଛି ଉପାୟ କହିବୁ, ଯାହା ବିଷୟରେ ଆପଣ ହୁଏତ ଜାଣିନଥିବେ।

ଖାଦ୍ଯ ଖାଇବା ପରେ ପ୍ରତିଦିନ ମିସିରି ଖାଇବା ଫାଇଦାଯୁକ୍ତ ହୋଇଥାଏ। ମିସିରି ଖାଇବା ଦ୍ବାରା ମଧୁର ବାଣୀ ଶୁଣିବାକୁ ମିଳିଥାଏ। ଶୁକ୍ର ଗ୍ରହ ସ୍ଥିତିରେ ସୁଧାର ଆସିଥାଏ। ବୈବାହିକ ଜୀବନରେ ଭଲ ପ୍ରଭାବ ପଡିଥାଏ।

ମା ଲକ୍ଷ୍ମୀଙ୍କ ପ୍ରିୟ ମିସିରି ହୋଇଥାଏ। ମାତା ଲକ୍ଷ୍ମୀକୁ ପ୍ରତିଦିନ ମିସିରି ଭୋଗ ଲଗାଇବା ଫଳରେ ଘରକୁ ସୁଖଶାନ୍ତି ଆସିଥାଏ ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ମିସିରିକୁ ଗୁଣ୍ଡ କରି ଅଟାରେ ମିଶାଇ ଦିଅନ୍ତୁ। ଏହାକୁ ଶନିବାର ଦିନ କଳା ପିମ୍ପୁଡି ହୋଇଥିବା ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ବାରା ଶନିଙ୍କ କୋପ ନଜର ଦୂର ହେବ। ହେଉନଥିବା କାମ ହୋଇଯିବ।

ବୁଧବାର ଦିନ ଅଳ୍ପ କର୍ପୁର ଏବଂ ମିସିରି ଏକାସାଥିରେ ଦାନ କରନ୍ତୁ। ଏହା ସହିତ ଅଳ୍ପ କପୁର ଜଳାଇ ତା’ ଉପରେ କିଛି ମିସିରି ଦାନା ପକାଇ ଦିଅନ୍ତୁ। ଏମିତି କଲେ ଚାକିରିରେ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.