ଇପିଏଫଓର ନୂଆ ପେନସନ ସ୍କିମରେ ଲାଭ ଉଠାଇବେ ଆହୁରି ୫୦ ଲକ୍ଷ କର୍ମଚାରୀ, କୋହଳ ହେବ ଧାର୍ଯ୍ୟ ସୀମା

ଆସିଲା ନୂଆ ପେନସନ ସ୍କିମ। ଆଉ ଏହି ସ୍କିମ ବାହାର କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ମାନେ ଇପିଏଫଓ। ସୂଚନା ଅନୁଯାୟୀ ଏବେ ଇପିଏଫଓ ଏକ ନୂଆ ପେନସନ ସ୍କିମ ଆଣିବା ପାଇଁ ପ୍ଲାନ କରୁଛି। ତେବେ କେଉଁମାନେ ଏହାର ଲାଭ ଉଠାଇବେ ଆଉ କେମିିତି ସେ ସମ୍ପର୍କରେ ଜାଣନ୍ତୁ।
ସୂଚନା ଅନୁଯାୟୀ ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଏହି ସ୍କିମର ଫାଇଦା ଉଠାଇପାରିବେ। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି। ନିୟମ ଅନୁଯାୟୀ ଯେଉଁ କର୍ମଚାରୀଙ୍କ ମୌଳିକ ଦରମା ୧୫ ହଜାର ଟଙ୍କାରୁ ଅଧିକ ସେମାନଙ୍କୁ ଏହାର ଫାଇଦା ମିଳିବ। ଡିପାର୍ଟମେଣ୍ଟ ଏବେ ଏହି କର୍ମଚାରୀଙ୍କ ଉପରେ ନଜର ରଖି ସ୍କିମକୁ ତିଆରି କରିଛନ୍ତି।
ଇପିଏଫଓର ନୂଆ ନିୟମ ଅନୁଯାୟୀ ସଂଘଠିତ କ୍ଷେତ୍ରରେ ନିଯୁକ୍ତି ପାଇବା ବେଳେ କର୍ମଚାରୀଙ୍କ ମୂଳ ଦରମା ଓ ମହଙ୍ଗା ଭତ୍ତା ମିଶି ମାସିକ ୧୫ ହଜାର ଟଙ୍କାରୁ କମ୍ ହୋଇଥିବା ବେଳେ ତାଙ୍କୁ ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କ ପେନସନ୍ ସ୍କିମ୧୯୯୫ ଇପିଏସ୍ ଧାରା ୯୫ ରେ ସାମିଲ କରାଯିବ। ଏମିତିରେ ଅନେକ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ଇପିଏସ୍-୯୫ ବାଧ୍ୟତାମୂଳକ ନୁହେଁ। ଏହି ସ୍ଥିତିରେ ସେମାନେ କର୍ମଚାରୀ ମାସିକ ଯୋଗଦାନକୁ ବଢ଼ାଇ ଅଧିକ ପେନସନ ପାଇବା ପାଇଁ ଦାବି କରୁଥିଲେ। ଏହି ଦାବିକୁ ଧ୍ୟାନରେ ରଖି ଡିପାର୍ଟମେଣ୍ଟ ଏକ ନୂଆ ସ୍କିମ ବାହାର କରିଛି।

ତେବେ ଆସନ୍ତା ମାର୍ଚ୍ଚ ୧୧ ଓ ୧୨ ତାରିଖରେ ଗୌହାଟିରେ ହେବାକୁ ଥିବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ବିଶେଷ ଭାବେ ଆଲୋଚନା କରାଯିବ। ଏଥିରେ ୨୦୨୧ନଭେମ୍ବରରେ ଗଠିତ ହୋଇଥିବା ସବ୍ କମିଟି ମଧ୍ୟ ନିଜ ରିପୋର୍ଟ ରଖିବ। ଏଥିରେ ୧୫ ହାଜରରୁ ଅଧିକ ଦରମା ପାଉଥିବା କର୍ମଚାରୀ ଉପକୃତ ହେବେ ବୋଲି ଚର୍ଚ୍ଚା ଧରିଛି। ତେବେ ଇପିଏସ୍ ୯୫ ମୁତାବିକ ସେମାନେ କମ ଯୋଗଦାନ ଦେଉଛନ୍ତି । ଯାହା ଫଳରେ ଅବସର ପରେ ସେମାନେ କମ୍ ପେନସନ୍ ପାଇବେ।
ଇପିଏଫଓ ୨୦୧୪ରେ ଏହି ସ୍କିମରେ ସଂଶୋଧନ କରି ପେନସନ ଯୋଗ୍ୟ ମୂଳ ବେତନର ସୀମାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଥିଲା ।କିନ୍ତୁ ଏବେ ଅନେକ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ମୂଳ ବେତନ ୧୫ହଜାରରୁ ଅଧିକ ରହିଛି। ପୂର୍ବରୁ ଏହି ସୀମା ୬,୫୦୦ ଟଙ୍କା ଥିଲା ଯାହାକୁ ୨୦୧୪ ସେପ୍ଟେମ୍ବର ୧ରେ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ଏହାକୁ ବଢ଼ାଇ ୨୫ ହଜାର କରାଯିବ ବୋଲି ଆଲୋଚନା ହେଉଥିଲା।
ତେବେ ନୂଆ ପ୍ଲାନରେ ଯଦି ଇପିଏଫଓ ପେନସନ ପାଇଁ ଧାର୍ଯ୍ୟ କରିଥିବା ସୀମାକୁ କୋହଳ କରିବ ତେବେ ସଂଗଠିତ କ୍ଷେତ୍ରରେ ଏଥିରେ ଆଉ ୫୦ ଲକ୍ଷ କର୍ମଚାରୀ ସଦସ୍ୟ ହୋଇପାରିବେ ବୋଲି ଆଶା ରହିଛି।