ୟୁକ୍ରେନ ସୀମା ଠାରୁ ୨୦ କିଲୋମିଟର ଦୂରରେ ରୁଷ ସେନା, ସାଟେଲାଇଟ ଚିତ୍ରରୁ ପ୍ରକାଶ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ୟୁକ୍ରେନ ସୀମା ଠାରୁ ୨୦ କିଲୋମିଟର ଦୂରରେ ଅଛି ରୁଷ ସେନା । ବେଲାରୁଷରୁ ଉଠାଯାଇଥିବା ସାଟେଲାଇଟ ଚିତ୍ରରୁ ଏହା ଜଣାପଡିଛି । ଗତ ୪ ତାରିଖରେ ଦକ୍ଷିଣ ବେଲାରୁଷର ଏୟାରଫିଲ୍ଡରେ ଅଳ୍ପ ସଂଖ୍ୟକ ରୁଷ ସୈନ୍ୟ ଥିଲେ । ଗତକାଲିର ସାଟେଲାଇଟ୍ ଫଟୋରେ ଏଠାରେ ବିପୁଳ ରୁଷ ସୈନ୍ୟ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଚିତ୍ରରେ ୧୦୦ ଯୁଦ୍ଧ ଗାଡି ସହ ସେନା ଟେଣ୍ଟ ଦେଖାଯାଇଛି ।
ଗୋଟିଏ ପଟେ ରୁଷ ଆକ୍ରମଣ ନ କରିବା ନେଇ ପ୍ରତିଶ୍ରୁତି ଦେଉଥିବା ବେଳେ ରୁଷୀୟ ସଂସଦ ପକ୍ଷରୁ ପୁତିନଙ୍କୁ ଦେଶ ବାହାରେ ଆକ୍ରମଣ କରିବାର ଅନୁମତି ମିଳିଛି । ଏବେ ଖବର ମୁତାବକ, ରୁଷର ୧୦ ହଜାରରୁ ଅଧିକ ସୈନ୍ୟ ଅଲଗାବବାଦିୟାଁ କବ୍ଜା କରିଥିବା ଅଞ୍ଚଳରେ ପ୍ରବେଶ କରିସାରିଲେଣି। ସେନା ସହାୟତାରେ ୟୁକ୍ରେନକୁ କବ୍ଜା କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସୂଚନା ରହିଛି। ରିପୋର୍ଟ ମୁତାବକ, ହଜାର ହଜାର ରୁଷ ସୈନିକ ପୂର୍ବରୁ ୟୁକ୍ରେନରେ ରହିଛନ୍ତି। ଆଉ ପୁତିନ ନିଜ ସେନାକୁ ସୀମା ପାର କରିବାକୁ ଆଦେଶ ଦେଇଛନ୍ତି।
ନିକଟରେ ମିଳିଥିବା କିଛି ସୂଚନା ଅନୁଯାୟୀ ରୁଷ ୩ ପଟୁ ୟୁକ୍ରେନକୁ ଘେରିବାକୁ ପ୍ରୟାସ କରୁଛି । ସାଟେଲାଇଟ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ୩ ପଟୁ ୟୁକ୍ରେନକୁ ଘେରିବାକୁ ପ୍ରୟାସ କରୁଛି । ୟୁକ୍ରେନ ସୈନ୍ୟ ଗୁଇନ୍ଦା ବିଭାଗ ସହିତ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ, ୧୦ ହଜାରରୁ ଅଧିକ ସୈନ୍ୟ ରାତାରାତି ଅଲଗାବାଦିୟାଁର ଅଞ୍ଚଳକୁ ପ୍ରବେଶ କରିସାରିଲେଣି। ଏଥିରେ ୬ ହଜାର ଡୋନଟେସ୍କ, ୫ ହଜାର ଲୁହାସ୍କ ଏବଂ ୧୫୦୦ ହୋର୍ଲିବିକା ରେ ରହିଛନ୍ତି।
ରୁଷ ବିରୋଧରେ କଟକଣା ଘୋଷଣା କରିଛି ଆମେରିକା । ପୂର୍ବ ୟୁକ୍ରେନରେ ମସ୍କୋର ସୈନ୍ୟ ମୁତୟନ ଆନ୍ତର୍ଜାତିକ ନିୟମର ଖୋଲା ଉଲ୍ଲଘଂନ। ଋଷ ଉପରେ ପାଶ୍ଚାତ୍ୟ ନିବେଶ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ ଜାଣିଶୁଣି ୟୁକ୍ରେନ ଉପରେ ହମଲା କରୁଥିବା ବାଇଡେନ ଅଭିଯୋଗ କରିଛନ୍ତି । ଏଥିପାଇଁ ରୁଷ ଉପରେ ବଡ଼ଧରଣର ଆର୍ଥିକ କଟକଣା ଲାଗୁ କରିଛନ୍ତି ।
ବାଇଡେନ କହିଛନ୍ତି, ଏହି ପ୍ରତିବନ୍ଧକକୁ ଆମେରିକାର ସହଯୋଗୀ ତଥା ବନ୍ଧୁ ଦେଶମାନେ ମଧ୍ୟ ସମର୍ଥନ କରିଛନ୍ତି। ରୁଷର ଦୁଇଟି ବଡ଼ବଡ଼ ଆର୍ଥିକ ପ୍ରତିଷ୍ଠାନ, ଆର୍ଥିକ ସହାୟତା କମ୍ପାନୀ ଓ ଏହାର ସାମରିକ ବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି । ରୁଷ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ପାଣ୍ଠି ସଂଗ୍ରହ କରିପାରିବ ନାହିଁ କିମ୍ବା ୟୁରୋପୀୟ ମାର୍କେଟରେ ବ୍ୟବସାୟ କରିପାରିବ ନାହିଁ। ରୁଷର ଧନୀ ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ କଟକଣା ଲଗାଯିବ ବୋଲି ବାଇଡେନ କହିଛନ୍ତି । ସେହିପରି ଜର୍ମାନୀ, କାନାଡା ପରି ଦେଶ ଋଷ ଉପରେ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରିଛନ୍ତି ।