ମହାଭାରତ ଯୁଦ୍ଧ ପରେ ଏହି ପରି ଭାବରେ ଧ୍ୱଂସ ହୋଇଯାଇଥିଲା ଭାରତ

ପୂର୍ବରୁ ଆପଣ ପଢିଥିଲେ ଯେ, ମହାଭାରତ ଯୁଦ୍ଧ କିପରି ତିନି ପିଢିକୁ ସମୂଳେ ବିନାଶ କରିଥିଲା। ଯୁବା ଅବସ୍ଥାରେ ଲକ୍ଷ ଲକ୍ଷ ମହିଳା ବିଧବା ହୋଇଥିଲେ। ଭାରତରେ ପୁରୁଷ ସଙ୍କଟ ଉପୁଜିଥିଲା। ଅର୍ଥାତ ଲକ୍ଷ ଲକ୍ଷ ଯୁବତୀଙ୍କ ବିବାହ ପାଇଁ ସମକକ୍ଷ ବର ମିଳିଲେନି। ଏକ ବଡ ଧର୍ମସଙ୍କଟର ସ୍ଥିତି ଦେଖା ଦେଲା । ସମାଜର ନେତୃତ୍ୱ ନେଲା ଭଳି ସେମିତି କେହି ବୀର ନ ଥିଲେ। ରାଜ୍ୟ ଗୁଡିକ ସବୁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। କୁହାଯାଏ ଏହି ଯୁଦ୍ଧର ପରିମାଣସୂରୁପ ଭାରତରେ ବୈଦିକ ଧର୍ମ, ସମାଜ ଓ ସଂସ୍କୃତି ଏବଂ ସଭ୍ୟତାର ପତ୍ତନ ହୋଇଗଲା । ଏହି ଯୁଦ୍ଧ ପରେ ଅଖଣ୍ଡ ଭାରତ ବିଖଣ୍ଡିତ ହେବାରେ ଲାଗିଲା। ବହୁଧର୍ମୀ ଓ ବହୁ ସଂସ୍କୃତି ରାଷ୍ଟ୍ରରେ ପରିଣତ ହେବାକୁ ଲାଗିଲା।

ମହାଭାରତ ଯୁଦ୍ଧ ପରେ ଭାରତ ଧ୍ୱଂସ ପାଇଲା କି? ଏହି ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ। ମହାଭାରତ ଯୁଦ୍ଧ ପରେ ଭାରତର ଗତି କ’ଣ ଥିଲା? ସମସ୍ତେ ମହାଭାରତ ବିଷୟରେ ଆଲୋଚନା କରନ୍ତି କିନ୍ତୁ ଏହି ଯୁଦ୍ଧର ଫଳାଫଳ କ୍ଵଚିତ୍ ଆଲୋଚନା କରାଯାଇଥାଏ । ଏହି ଯୁଦ୍ଧର ସମଗ୍ର ଭାରତ ଉପରେ ପ୍ରଭାବ ପକାଇଥିଲା ତେଣୁ ଆଜି ଆମେ ଏହାକୁ ବିଶ୍ଳେଷଣ କରୁଛୁ ।

ଏହି ମହାଭାରତରେ ମୋଟ ୪୫ ଲକ୍ଷରୁ ଅଧିକ ଲୋକ ଏହି ଯୁଦ୍ଧରେ ଭାଗ ନେଇଥିଲେ। ସେତେବେଳେ ପୃଥିବୀର ଜନସଂଖ୍ୟା ଅଧିକ ନଥିଲା ଯଦି ଆମେ ବର୍ତ୍ତମାନର ସମୟକୁ ୭ ବିଲିୟନ ଜନସଂଖ୍ୟା ସହିତ ତୁଳନା କରୁ, ତେବେ ଆଜି ବିଶ୍ବର ସମସ୍ତ ସୈନ୍ୟ ଏକତ୍ରିତ ହେଲେ ୧୦ ମିଲିୟନ ହେବେ । କିନ୍ତୁ ସେତେବେଳେ ଜନସଂଖ୍ୟା ଏତେ ଅଧିକ ନଥିଲା । ୨୯୪୭ ପୂର୍ବରୁ ଭାରତର ଜନସଂଖ୍ୟା ପ୍ରାୟ ୪୦ କୋଟି ଥିଲା। ୧୭୫୦ ଖ୍ରୀଷ୍ଟାବ୍ଦରେ, ସମଗ୍ର ପୃଥିବୀର ଜନସଂଖ୍ୟା ପ୍ରାୟ ୫୦୦ ନିୟୁତ ଥିଲା ଏହିପରି ଯଦି ଆମେ ଅଧିକ ପଛକୁ ଯିବା, ପୃଥିବୀର ଜନସଂଖ୍ୟା ଏହାର ଅଧା ଥିଲା ।

ତେବେ ଏହି ଯୁଦ୍ଧରେ ସମସ୍ତେ ଯୋଦ୍ଧା ନିହତ ହୋଇଥିଲେ, କେବଳ ୧୮ ଜଣ ବାକି ଥିଲେ। ୪୫ ଲକ୍ଷ ସୈନ୍ୟ ମଧ୍ୟରେ ମହାଭାରତର ଯୁଦ୍ଧ ହୋଇଥିଲା। ୧୮ ଦିନ ଧରି ଚାଲିଥିଲା ଏବଂ ଏହି ଯୁଦ୍ଧରେ କେବଳ ୧୮ ଜଣ ଯୋଦ୍ଧା ବଞ୍ଚିଥିଲେ। ମହାଭାରତ ଯୁଦ୍ଧ ପରେ କୌରଵଙ୍କ ପକ୍ଷରୁ ମାତ୍ର ୩ ଏବଂ ପାଣ୍ଡବ ପକ୍ଷରୁ ୧୫ ଜଣ ଅର୍ଥାତ୍‌ ସମୁଦାୟ ୧୮ ଜଣ ଯୋଦ୍ଧା ଜୀବନ୍ତ ରହିଲେ । ଯାହାର ନାମ ହେଉଛି – କ୍ରିତବର୍ମା, କୃପାଚାର୍ଯ୍ୟ ଏବଂ ଅଶ୍ବତଥାମା, ୟୁୟୁଷ୍ଟୁ, ଯୁଧିଷ୍ଠିର, ଅର୍ଜୁନ, ଭୀମା, ନକୁଳ , ସହଦେବ, ସାତ୍ୟକୀ ଓ କୃଷ୍ଣ ଇତ୍ୟାଦି । ତେବେ ଇତିହାସର କିଛି ପୃଷ୍ଠା ଅନୁଯାୟୀ ମହାଭାରତ ଯୁଦ୍ଧରେ ୩୯ ଲକ୍ଷ ୪୦ ହଜାର ଯୋଦ୍ଧା ନିହତ ହୋଇଥିଲେ।

ପାଣ୍ଡବ ପକ୍ଷ:  ପାଣ୍ଡବ ପକ୍ଷରୁ ଅଭିମନ୍ୟୁ, ଘଟଚକଚ୍, ବିରାଟ, ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ, ପାଣ୍ଡ୍ୟରାଜା, କୁନ୍ତିଭୋଜ, ଉତ୍ତମୈଜା, ଶୈବ୍ୟ ଏବଂ ଅନପରାଜ ନିଳଙ୍କ ସହିତ ପାଖାପାଖି ୫୦ ପୁତ୍ର ଯୁଦ୍ଧରେ ମରିଥିଲେ । ପାଣ୍ଡବ ବଂଶର ଅଭିମନ୍ୟୁଙ୍କ ପୁଅ ପରୀକ୍ଷିତକୁ କୃଷ୍ଣ ବଞ୍ଚାଇଥିଲେ । ପାଣ୍ଡବ ପକ୍ଷ ଯୁଦ୍ଧ ଜିତି ବି ହାରିଯାଇଥିଲେ। କାରଣ ତାଙ୍କ ପାଖରେ କିଛି ବି ବଞ୍ଚି ନ ଥିଲା। ସମସ୍ତ ପଣ୍ଡବଙ୍କ ପାଖରେ ୧୦-୧୦ଟି ପୁତ୍ର ଥିଲେ । କିନ୍ତୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

ଯାଦବ ପକ୍ଷ: ମହାଭାରତରେ ଯୁଦ୍ଧରେ ନାରାୟଣୀ ସେନାଙ୍କ ସମେତ କିଛି ଯୋଦ୍ଧା ମରିଥିଲେ । ପରେ ଗାନ୍ଧାରୀଙ୍କ ଅଭିଶାପରୁ ଶ୍ରୀକୃଷ୍ଣଙ୍କ କୁଳ ବୁଡ଼ିଯାଇଥିଲା। ଶ୍ରୀକୃଷ୍ଣଙ୍କୁ କୌରବଙ୍କ ମାତା ଗାନ୍ଧାରୀଙ୍କ ଅଭିଶାପ ଥିଲା ଯେ, ଯେଭଳି ମୋ ପୁଅମାନେ ଯୁଦ୍ଧରେ ବଳିପଡ଼ିଲେ ସେମିତି ତମ ଯଦୁ ବଂଶ ମଧ୍ୟରେ ପରଷ୍ପର ଲଢେଇ ହୋଇ ଲୋପ ପାଇବ। ଆଉ ଶେଷରେ ସେୟା ହିଁ ଘଟିଥିଲା।

ବଞ୍ଚିଥିଲେ ଏହି ଯୋଦ୍ଧା : ଏହି ଯୁଦ୍ଧରେ କେଡ଼େ କେଡ଼େ ମହାରଥୀ ,ପିତାମହ ଯୋଦ୍ଧାଙ୍କ ଭଳି ନିଧନ ହେଲା। କିନ୍ତୁ କୌରଵଙ୍କ ପକ୍ଷରୁ ତିନି ଜଣ ଓ ପାଣ୍ଡଵଙ୍କ ପକ୍ଷରୁ ୧୫ ଜଣ ଜୀବିତ ଥଲେ ।

ତେବେ  ମହାଭାରତ ଯୁଦ୍ଧ ପାଇଁ ଦେଶ ବରବାଦ୍ ହୋଇଯାଇଥିଲା । ଏହି ଯୁଦ୍ଧ ପୂରା ଆର୍ଯ୍ୟାବର୍ତ୍ତକୁ ଖଣ୍ଡ ଖଣ୍ଡ କରି ଦେଇଥିଲା। ଦେଶ ଟୁକୁଡା ଟୁକୁଡା ହୋଇ ଗଲା । ଶହଶହ ବର୍ଷ ପାଇଁ ସବୁଠି ନୀରବ ନିଶ୍ଚଳ ହୋଇଗଲା। ଲୋକମାନେ ନିଜ ନିଜ ଶୈଳୀରେ ଜୀବନ ଜିଇଁବାକୁ ଲାଗିଲେ। ପୌରାଣିକ ଧର୍ମ ସହ ଅନେକ ଧର୍ମର ଉତ୍‌ଥାନ ହେବାକୁ ଲାଗିଲା। ପରେ ବିଦେଶୀମାନେ ଭାରତକୁ ପ୍ରବେଶ କଲେ। ଆକ୍ରମଣ କଲେ ଲୁଟିଲେ। ଯବନ, କୁଷାଣ, ଶକ ଏବଂ ହୁଣଙ୍କ ଆକ୍ରମଣତ ବହୁତ ପରେ ହୋଇଥିଲା। ହେଲେ ତା’ ପୂର୍ବରୁ ଆରବ, ତୁର୍କୀ, ଇଜିପ୍ଟି, ମାଲେସିଆ, ଇଣ୍ଡୋନେସିଆ , ଚୀନ , ଋଷିଆ ଆଦି ରାଷ୍ଟ୍ର ଆସି ଭାରତରେ ଆସି ରହିବାକୁ ଲାଗିଲେ।

ମହାଭାରତ ପରେ ଧର୍ମର କେନ୍ଦ୍ରସ୍ଥଳୀ ତକ୍ଷଶିଳା(ପେଶାୱାର)ରୁ ହଟି ମଗଧର ପାଟଳିପୁତ୍ରକୁ ଚାଲି ଆସିଥିଲା। ଯାହା ପରେ ବିପଦରେ ସମ୍ମୁଖୀନ ହୋଇଥିଲା। ଗର୍ଗ ସହିଂତାରେ ମହାଭାରତର ପରର ଘଟଣା ଉଲ୍ଲେଖ ରହିଛି। । ଅଯୋଧ୍ୟା କୂଳରେ ମନୁଙ୍କ ୯୪ ପିଢିର ବୃହଦ୍ରଥ ରାଜା ହେଲେ । ସେମାନଙ୍କ ବଂଶର ରାଜା କ୍ରମଶଃ ସୋମାଧି, ଶ୍ରୁତଶାବ, ଅୟୁତାୟୁ, ନିର୍ମିତ୍ରା , ବୃହତ୍କର୍ମନ, ସେନାଜିତ, ମହାସେନ, ସୁମତି, ଅଚଳ, ସୁନେତ୍ର ଆଦି ରାଜା ହୋଇଥିଲେ। ମହାଭାରତ ପରେ କୁରୁବଂଶର ଅନ୍ତିମ ରାଜା ନିଚକ୍ଷୁ ଥିଲେ । ପୁରାଣ ଅନୁସାରେ ହସ୍ତିନାପୁର ରାଜା ନିଚକ୍ଷୁ ( ପରିକ୍ଷିତଙ୍କ ବଂଶଧର, ଯୁଧିଷ୍ଠିରଙ୍କ ସପ୍ତମ ପିଢି ଥିଲେ)। ହସ୍ତିନା ପୁରର ଗଙ୍ଗାରେ ବୋହି ଗଲା ପରେ ନିଜ ରାଜଧାନୀ ବତ୍ସ ଦେଶର କୌଶଂଭୀ ନଗରୀ କୁ ଉଠାଇ ଅଣିଲେ। ଏହି ବଂଶର ୨୬ ପିଢିର ସମୟରେ କୌଶଂଭୀର ରାଜା ଉଦୟନ ଥିଲେ। ଏ ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.