Below header

ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ, ସ୍ୱାମୀ ସହ ମିଶି ଭାଇକୁ କରୁଥିଲେ ସହଯୋଗ

ଭୁବନେଶ୍ବର(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ । ପଚରାଉଚରା ପରେ ତାକୁ ଗିରଫ କରିଛି କମିଶନରେଟ ପୋଲିସ । ଠକେଇରେ ରମେଶକୁ ଭଉଣୀ ଓ ତାଙ୍କ ସ୍ୱାମୀ ସହଯୋଗ କରୁଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ରଶ୍ମିତାଙ୍କ ସ୍ୱାମୀ ଗଣେଶ ଏବେ ବି ଫେରାର ଅଛି ।

ଏପଟେ ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଅଧିକ ତଦନ୍ତ ପାଇଁ ପୁଣି ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ କମିଶନରେଟ୍‌ ପୋଲିସ । ତଦନ୍ତ ବଢିବା ସହ ଖୋଲୁଛି ନକଲି ଡାକ୍ତର ରମେଶର ଗୋଟିଏ ପରେ ଗୋଟିଏ ଗୁମର । ସ୍ୱତନ୍ତ୍ର ଟିମ୍‌ କରି ରମେଶର ଠକେଇ ମାମଲାର ତଦନ୍ତ ଚାଲିଛି । ଲମ୍ବି ଚାଲିଛି ଠକେଇ ତାଲିକା। କଟକ ଜିଲ୍ଲା ଖୁଣ୍ଟୁଣିରେ ୧୫ରୁ ୨୦ ଏକର ଜମିରେ ରହିଛି ଫାର୍ମ ହାଉସ । ଏହି ଫାର୍ମ ହାଉସ ୨ୟ ପତ୍ନୀଙ୍କ ନାଁରେ ରହିଛି । ‘ମିଥ୍ୟା ପ୍ରମାଣପତ୍ର ଦେଇ ରମେଶ କିଣିଥିବା ୨ଟି କାର୍‌ ଜବତ ବି ଜବତ ହୋଇଛି । ରମେଶ ନାଁରେ ଏଯାଏ ୧୫ରୁ ଅଧିକ ମାମଲା ରୁଜୁ ହେଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.