ଗାଡ଼ି ଚଲାଉଥିଲେ ପାଖରେ ରଖନ୍ତୁ ଏହି ୫ଟି ଜିନିଷ, ଯାତ୍ରା ସମୟରେ କିଛି ବି ସମସ୍ୟାରେ ପଡ଼ିବେନି

କାରରେ ବୁଲିବା ପ୍ରାୟ ସମସ୍ତଙ୍କ ପସନ୍ଦ ଥାଏ। ଅନେକ ଲୋକ ଓ୍ଵିକେଣ୍ଡରେ କାରରେ ଲଙ୍ଗ ଡ୍ରାଇଭରେ ଯାଇଥାନ୍ତି। ବୁଲିବା ସହିତ ମନୋରଞ୍ଜନ ତଥା ମୁଡ ଫ୍ରେସ ପାଇଁ ଏହାର ଆବଶ୍ୟକ ମଧ୍ୟ ରହିଥାଏ। ତେବେ ଗାଡ଼ି ହେଉ ଅବା ଅନ୍ୟ କିଛି ସବୁ ଜିନିଷ ବ୍ୟବହାରର କିଛି ଲିମିଟ ଥାଏ। ଅଧିକ ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କଲେ ଖରାପ କୌଣସି ସମୟରେ ବି ହେବାର ସମ୍ଭାବନା ଥାଏ।

ତେଣୁ ଆପଣ ଲଙ୍ଗ ଡ୍ରାଇଭରେ ଯାଆନ୍ତୁ ଅବା କୌଣସି ପାଖ ସ୍ଥାନକୁ, ଗାଡ଼ିରେ କିଛି ଜରୁରୀ ଜିନିଷ ରଖନ୍ତୁ ଯାହା ଦ୍ୱାରା ଆପଣ ଡ୍ରାଇଭ କଲା ସମୟରେ କିଛି ବି ଅସୁବିଧା ଆସିଲେ ଆପଣ ଚିନ୍ତା କରିବେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି ୫ ଟି ଜିିନଷ ସମ୍ପର୍କରେ କହିବୁ..

ଡକ୍ୟୁମେଣ୍ଟ:
ଆପଣ ଗାଡ଼ିରେ ଜରୁରୀ ଡକ୍ୟୁମେଣ୍ଟ ନିହାତି ରଖନ୍ତୁ। ଏଥିରେ ଡ୍ରାଇଭିଂ ଲାଇସେନ୍ସ, ଆରସି, ଇନସୁରାନ୍ସ, ପଲ୍ୟୁସନ ସ ।ର୍ଟିଫିକେଟ ଥିବା ଜରୁରୀ। ଏହାବ୍ୟତିତ ଗାଡ଼ିର ୟୁଜର ମାନୁଆଲ ମଧ୍ୟ ପାଖରେ ରଖନ୍ତୁ। ଅନେକ ଥର ଗାଡ଼ିରେ ହେଉଥିବା ଛୋଟ ଛୋଟ ସମସ୍ୟା ର ସମାଧାନ ଏହି ୟୁଜର ମାନୁଆଲ ମଧ୍ୟରେ ରହିଥାଏ। ଯାହାକୁ ପଢ଼ି ଆପଣ ସମାଧାନ କରିପାରିବେ।

ଫାୟାର ଏକ୍ସଷ୍ଟିଙ୍ଗ ସର:
କାରରେ ନିଆଁ ଲାଗିବା ଘଟଣା ଆପଣ ଅନେକ ଥର ଶୁଣିଥିବେ। ଏମିତିରେ ଯଦି ଆପଣଙ୍କ କାର ସିଏନଜି ରେ ଚାଲୁଥାଏ ତେବେ ଫାୟାର ଏକ୍ସଷ୍ଟିଙ୍ଗ ସର ରହିବା ଜରୁରୀ। ଏମିତିରେ ଯାତ୍ରା ସମୟରେ ଗାଡ଼ିରେ ନିଆଁ ଲାଗିଲେ ଏହାକୁ ଶୀଘ୍ର ବୁଝାଇ ହେବ।

ଫାଷ୍ଟ ଏଡ୍‌ ବକ୍ସ:
କାର ଚଲାଇବା ସମୟରେ ଫାଷ୍ଟ ଏଡ୍‌ ବକ୍ସ ରହିବା ଜରୁରୀ। ଦୁର୍ଘଟଣା ସମୟରେ କିଛି ଖଣ୍ଡିଆ କିମ୍ବା ରକ୍ତ ବାହାରିଲେ ଆପଣ ଏହାକୁ ବ୍ୟବହାର କରି ପାରିବେ। ଏମିତିରେ ଆରାମ ମିଳିବ। ଏଥିରେ ଆପଣ ଜରୁରୀ ମେଡ଼ିସନ ମଧ୍ୟ ରଖିପାରିବେ।

ଟାୟାର ଇନଫ୍ଲେଟର:
ଆପଣ ଗାଡ଼ିରେ ଟାୟାର ଇନଫ୍ଲେଟର ନିଶ୍ଚୟ ରଖନ୍ତୁ। ଅନେକ ଥର କାର ଟାୟାର ପଂଚର ହୋଇଗଲେ ଆପଣ ଚିନ୍ତା ନ କରି ଟାୟାର ଇନଫ୍ଲେଟର ର ସାହାଯ୍ୟ ନେଇପାରବେ। ଏହାକୁ ଆପଣ ମାତ୍ର ୪ ରୁ ୫ ହଜାରଟଙ୍କା ମଧ୍ୟରେ କିଣିପାରିବେ। ଏହାର ସାଇଜ ମଧ୍ୟ ଖୁବ ଛୋଟ।

ବେସିକ ଟୁଲ କିଟ:
କାରରେ ବେସିକ ଟୁଲ କିଟ କୁ ରଖନ୍ତୁ। ଏଥିରେ ହ୍ୟାମର, ସ୍କ୍ରୁ ଡାଇବର୍ସ, ସ୍ପେନର ଆଦି ରଖିପାରିବେ। ଏହା ଆପଣଙ୍କର କୌଣସି ସମୟରେ ବି କାମରେ ଆସିପାରେ।