ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଆଉ ନାହାନ୍ତି, ଜିମ୍‌ରେ ଓ୍ଵାର୍କଆଉଟ କରୁଥିବା ବେଳେ ଆସିଲା ହାର୍ଟ ଆଟାକ୍‌

ଟିଭିର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ୪୬ ବର୍ଷ ବୟସରେ ପରଲୋକ ଘଟିଛି। କୁହାଯାଉଛି କି, ସେ ଶୁକ୍ରବାର ସକାଳେ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ଟିମ୍‌ ସିଦ୍ଧାନ୍ତଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ଅସଫଳ ରହିଥିଲେ।

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ନିଧନରେ ପତ୍ନୀ ଅଲିସିୟା ରାଉତ ଓ ଦୁଇ ପିଲା ଭାଙ୍ଗି ପଡ଼ିଛନ୍ତି। ଟିଭି ଆକ୍ଟର ଜୟ ଭାନୁଶାଲୀ କନ୍‌ଫର୍ମ କରି ଫ୍ୟାନ୍‌ମାନଙ୍କୁ ଏହି ଦୁଃଖଦ ଖବର ଜଣାଇଛନ୍ତି। ସିଦ୍ଧାନ୍ତ ଟିଭି ସିରିଏଲ୍‌ ‘କୁସୁମ୍‌’, ‘ବାରିସ୍‌’, ‘ସୂର୍ଯ୍ୟପୁତ୍ର କରଣ’ ପାଇଁ ବେଶ୍‌ ଲୋକପ୍ରିୟ ଥିଲେ। କହି ରଖୁଛୁ, ଫିଟ୍‌ନେସକୁ ନେଇ ସେ ବହୁତ ସତର୍କ ରହୁଥିଲେ।

ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନଙ୍କ ପରେ ଏହା ତୃତୀୟ ଘଟଣା, ଯେଉଁଠି ଜିମ୍‌ରେ ଓ୍ଵାର୍କଆଉଟ ବେଳେ କୌଣସି ଅଭିନେତାଙ୍କ ମୃତ୍ୟୁ ଘଟିଛି। ଜୟ ଭାନୁଶାଲୀ ସିଦ୍ଧାନ୍ତଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଭାଇ, ତୁମେ ବହୁତ ଜଲ୍‌ଦି ଚାଲିଗଲ’। ସେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଜୟ କହିଥିଲେ କି, ତାଙ୍କୁ ଜଣେ କମନ୍‌ ସାଙ୍ଗଙ୍କଠାରୁ ଏହି ଖବର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.