7th Pay Commission: କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ବଡ଼ ଖୁସି ଖବର! ଏହି ଦିନ ବଢ଼ିକି ଆସିବ ଦରମା

କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା(Dearness Allowance ବା ଡିଏ) ସେପ୍ଟେମ୍ବରରେ ଏରିୟର ସହିତ ଦିଆଯିବ। ଏହି ଦାବି କେନ୍ଦ୍ର ସରକାରଙ୍କ କର୍ମଚାରୀ ସଙ୍ଗଠନ କରିଛି। ସଙ୍ଗଠନ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ପରେ ସଙ୍ଗଠନର ମହାମନ୍ତ୍ରୀ ଶିବଗୋପାଳ ମିଶ୍ରା କହିଛନ୍ତି କି, ଜାନୁୟାରୀ ଓ ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର ଡିଏ କିସ୍ତିକୁ ଚଳିତ ବର୍ଷ ଜୁଲାଇର କିସ୍ତି ସହିତ ଯୋଡ଼ି ସେପ୍ଟେମ୍ବର ସୁଦ୍ଧା ଜାରି କରାଯିବ।

ମିଶ୍ରାଙ୍କ ମୁତାବକ, ୨୬ ଜୁନ୍‌ରେ ନ୍ୟାଶନାଲ କାଉନସିଲ/ଜେସିଏମ୍‌ର ବୈଠକ ପରେ ସମସ୍ତେ ଏହା ଉପରେ ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି କି, ଏହି ବୈଠକ ବହୁତ ସକାରାତ୍ମକ ଥିଲା। ବିଗତ ଦେଢ଼ ହେବ କରୋନା ମହାମାରୀ ଯୋଗୁ ଫ୍ରିଜ୍‌ କରାଯାଇଥିବା ଡିଏ ଏବଂ ପେନ୍‌ସନ ଭୋଗୀଙ୍କ ପାଇଁ ଡିଆର୍‌ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଛି। ଏହି ସମୟରେ ସରକାର ଏବଂ ସଙ୍ଗଠନ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି।

ଶିବଗୋପାଳ ମିଶ୍ରା କହିଛନ୍ତି, କ୍ୟାବିନେଟ୍‌ ସଚିବ ସହମତି ବ୍ୟକ୍ତ କରିଛନ୍ତି ଯେ ଗତ ଦେଢ଼ ବର୍ଷ ହେବ ସରକାରଙ୍କ ଦ୍ୱାରା ପୁନଃ ରୋକା ଯାଇଥିବା ମହଙ୍ଗା ଭତ୍ତା ଅର୍ଥାତ୍‌ ଜାନୁୟାରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର କିସ୍ତି ସେପ୍ଟେମ୍ବର ୨୦୨୧ରେ ଜାରି କରାଯିବ। ଏଥିରେ ଜୁଲାଇ ଓ ଅଗଷ୍ଟ ୨୦୨୧ର ବକୟା ରାଶିକୁ ଜୁଲାଇ ୨୦୨୧ରେ ଦେୟ କିସ୍ତି ସହିତ ଯୋଡ଼ି ସାମିଲ କରାଯାଇଛି।

Leave A Reply

Your email address will not be published.