Below header

ପିରିୟଡ଼ସରେ ପ୍ୟାଡ୍ ଯୋଗୁ କୁଣ୍ଡାଇ ହେଉଥିଲେ, ନାପକିନ୍ କିଣିବା ବେଳେ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ପିରିୟଡ଼ସ ବେଳେ କିଛି ମହିଳାଙ୍କ ଠାରେ ରାସେସ ବା କୁଣ୍ଡେଇ ହେବା ସମସ୍ୟା ଦେଖାଯାଏ। ଜଙ୍ଘ ଓ ଜନନାଙ୍ଗରେ କୁଣ୍ଡେଇ ହୋଇ ରିବି ରିବି ହୋଇ ଫଳିଯାଏ। ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ମହିଳାଙ୍କୁ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ।

  • ପିରିୟଡ଼ ବେଳେ ମହିଳାମାନେ ଠିକ ସମୟରେ ପ୍ୟାଡ ବଦଳାଇବା ଜରୁରୀ। ପ୍ରତି ୬ ଘଣ୍ଟାରେ ଥରେ ନିହାତି ଭାବେ ପ୍ୟାଡ ବଦଳାନ୍ତୁ।
  • ଭଲ କ୍ୱାଲିଟିର ସାନିଟାରୀ ପ୍ୟାଡ ବ୍ୟବହାର କରନ୍ତୁ ଯାହା ବ୍ଲିଡିଂକୁ ସମ୍ପୂର୍ଣ୍ଣ ଭାବେ ଶୋଷିପାରିବ। ଏହା ଦ୍ବାରା ଆଖପାଖରେ ରକ୍ତ ଲାଗିବ ନାହିଁ କି କୁଣ୍ଡାଇ ହେବ ନାହିଁ।
  • ଅସୁବିଧା ଦିନରେ କଟନ୍ ଅଣ୍ଡରୱେୟାର ପିନ୍ଧନ୍ତୁ। ଏହା ଝାଳକୁ ସୋକ୍ କରିବ ଫଳରେ ଇନଫେକ୍ସନର ଆଶଙ୍କା ରହିବ ନାହିଁ।
  • ପିରିୟଡ଼ ବେଳେ ଯେତେବେଳେ ବି ପ୍ୟାଡ ବଦଳାଉଛନ୍ତି ଜନନାଙ୍ଗରେ ଆଣ୍ଟିସେପ୍ଟିକ ପାଉଡ଼ର ଲଗାଇବାକୁ ଜମାରୁ ଭୁଲନ୍ତୁ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.