କରୋନା ଟିକା ନେବାର କେତେ ଦିନ ପରେ ପ୍ରେଗନାନ୍ସି ପାଇଁ କରିପାରିବେ ପ୍ଲାନ୍, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

କରୋନା ଭାଇରସ କବଳରୁ ମୁକ୍ତି ପାଇବାକୁ ଏବେ ସାରା ବିଶ୍ୱରେ ଟିକାକରଣ ଜୋରଦାର ଚାଲିଛି। ସଂକ୍ରମଣ ରୋକିବାରେ ଏହା ବେଶ୍ ସହାୟକ ହେବ ବୋଲି କୁହାଯାଉଛି। କିନ୍ତୁ କିଛି ବୟସର ଲୋକ, ଗର୍ଭବତୀ ଓ ପିଲାଙ୍କ ପାଇଁ ଟିକା କେତେ ସୁରକ୍ଷିତ ସେନେଇ ଏବେ ବି ତର୍କ ଜାରି ରହିଛି। କେତେକ ରିସର୍ଚ୍ଚ ମୁତାବକ, ଗର୍ଭବତୀ ମହିଳାଙ୍କୁ କରୋନା ଭାଇରସ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହା ଉଭୟ ମା’ ଓ ଶିଶୁ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ପଷ୍ଟ କରିଛି ଯେ ଗର୍ଭବତୀଙ୍କୁ କରୋନା ଟିକା ଯୋଗୁ କୌଣସି ବିପଦ ନାହିଁ। ତେବେ ଯଦି ଆପଣଙ୍କୁ ବି କରୋନା ହୋଇଥିଲା ଓ ଆପଣ ମା’ ହେବାକୁ ପ୍ଲାନ କରୁଛନ୍ତି ତେବେ ଜାଣନ୍ତୁ କେତେ ସପ୍ତାହ ପରେ ଗର୍ଭଧାରଣ କରିବା ସୁରକ୍ଷିତ ରହିବ।

ରିସର୍ଚ୍ଚ ମୁତାବକ, ମହିଳାଙ୍କୁ ଟିକା ନେବାର କମ୍ ସେ କମ୍ ୮ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣ କରିବା ଉଚିତ ନୁହେଁ। ଏହା ଉଭୟ ମା ଓ ଶିଶୁ ପାଇଁ ବିପଦପୂର୍ଣ୍ଣ ହୋଇପାରେ। କାରଣ ଅଧିକାଂଶ ଲୋକ ଟିକା ନେବା ପରେ କୋଭିଡ ସଂକ୍ରମିତ ହେଉଛନ୍ତି। ଯଦି ଆପଣ ବି ଟିକା ନେବା ପରେ ଗର୍ଭଧାରଣ କରୁଛନ୍ତି ଓ ପରେ ସଂକ୍ରମିତ ହେଉଛନ୍ତି, ତେବେ ଏହା ଗର୍ଭସ୍ଥ ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏଣୁ ଡାକ୍ତର ମାନେ ଟିକା ନେବାର ୬ରୁ ୮ ସପ୍ତାହ ପରେ ଗର୍ଭଧାରଣ କରିବାକୁ ପରାମର୍ଶ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.