ପେଟ୍ରୋଲ ନୁହେଁ ବଢିଲା ଡିଜେଲ ଦାମ୍‌, ଜାଣନ୍ତୁ ଏବେ ଆଉ କେତେ ଦେବେ ଅଧିକ ଟଙ୍କା

କରୋନାର ଆର୍ଥିକ ସଂକଟ ମଧ୍ୟରେ ଏବେ ସାଧାରଣ ଜନତାଙ୍କୁ ହେଉଛି ମହଙ୍ଗା ମାଡ। ଦେଶରେ ଲଗାତର ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଆଜି ପେଟ୍ରୋଲ ଦାମ ସ୍ଥିର ରହିଥିବା ବେଳେ ଡିଜେଲ ଦାମ୍‌ ବଢିବାରେ ଲାଗିଛି। ଜୁନ୍‌ରେ ଲଗାତାର ୨୧ ଦିନ ପେଟ୍ରୋଲ – ଡିଜେଲ ଦାମ ବଢିବାକୁ ଲାଗିଥିଲା। ଡିଜେଲ ଦାମ ୨୫ ପଇସା ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲର ଦାମ ୮୧. ୦୧ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲର ଦାମ ରହିଛି ୭୮. ୬୯ ଟଙ୍କା ପ୍ରତି ଲିଟର ରହିଛି।

di

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୩ ପଇସା ଏବଂ ଡିଜଲେ ୮୦. ୭୮ ପଇସା ରହିଛି। ସେହିପରି କଲିକତା, ମୁମ୍ବାଇ, ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୨,୧୦, ୮୭.୧୯, ୮୩.୬୩ ଟଙ୍କା ରହିଥିବା ବେଳେ ଡିଜେଲ ଦାମ ୭୫.୮୯.୭୯.୦୫ ଏବଂ ୭୭.୯୧ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.