RGV ଙ୍କ ଆଗାମୀ ବଲିଉଡ୍ ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡିଆ ହିରୋଇନ୍

କ୍ଲାଇମେକ୍ସ ଏବଂ ନେକେଡର ସଫଳତା ବଡ ସଫଳତା ପରେ ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଥ୍ରୀଲର ନାମକ ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି। ସୂଚନା ମୁତାବକ ରାମ ଗୋପାଳ ଓଡିଶାର ଏକ ନୂଆ ଅଭିନେତ୍ରୀ ଅପ୍ସରା ରାନୀଙ୍କୁ ସୁଯୋଗ ଦେବା ପାଇଁ ସାଇନ୍ କରିଛନ୍ତି। ଏନେଇ ବର୍ମା ଆଜି ନିଜ ଫଟୋର ଅନାବରଣ କରିଛନ୍ତି।


ଫିଲ୍ମ ଥ୍ରୀଲରର ଘୋଷଣା କରିବା ସହ ବଲିଉଡ୍ ଫିଲ୍ମ ନିର୍ମାତା ଟ୍ବିଟ କରିଛନ୍ତି, ‘RGVWORLDTHEATRE ରେ ଆମର ଆଗାମୀ ଫିଲ୍ମର ନାୟିକା ଅପ୍ସରା ରାନୀ। ଫିଲ୍ମର ନାଁ ରହିଛି ‘ଥ୍ରୀଲର’। ଓଡିଆ ଅଭିନେତ୍ରୀଙ୍କ ପରିଚୟ ଦେବା ସହ ବର୍ମା ଲେଖିଛନ୍ତି, ‘ଅପ୍ସରା ରାନୀ ଓଡିଶାର, ସେ ଡେରାଡୁନା ପାହାଡିଆ ଅଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି କିନ୍ତୁ ବର୍ତ୍ତମାନ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ଜଣେ ଭଲ ଡ୍ଯାନ୍ସର ସହ ଭଲ ଅଭିନେତ୍ରୀ ମଧ୍ଯ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.