ଭୁବନେଶ୍ବର AIIMS ରେ ଖାଲିପଡିଛି ୯୦ ପଦବୀ, ଜୁନ ୭ ପର୍ଯ୍ଯନ୍ତ କରନ୍ତୁ ଆବେଦନ

ଅଲଇଣ୍ଡିଆ ଇନଷ୍ଟିଚ୍ଯୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS), ଭୁବନେଶ୍ବର ପକ୍ଷରୁ ଖାଲିପଡ଼ିଛି ଅନେକ ପଦବୀ। ସିନିଅର ରେଜିଡେଣ୍ଟ, ନନ୍ ଏକାଡେମୀକ୍ ପଦବୀରେ ଭର୍ତ୍ତି କରାଯିବ। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟ https://aiimsbhubaneswar.nic.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଅଫିସିଆଲ ୱେବସାଇଟରେ ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ଜରିଆରେ ୯୦ ପଦବୀ ପୂରଣ କରାଯିବ। ଆବେଦନ କରିବାର ପ୍ରକ୍ରିୟା ୧୩ ମଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ଜୁନ ୭ ୨୦୨୧ରେ ହେବ। ଅଧିକ ଜାଣିବା ପାଇଁ ଏମ୍ସର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୯୦

ଆନାସ୍ଥେସିୟୋଲୋଜି-୦୩
ବୟୋକେମିଷ୍ଟ୍ରି:୧
ବର୍ନ ଏବଂ ପ୍ଲାଷ୍ଟିକ ସର୍ଜରୀ: ୦୪
କାର୍ଡିଓଥେରୋସିକ ସର୍ଜରୀ:୨
ଏଣ୍ଡ୍ରୋକ୍ରୋନୋଲଜି: ୩
E&T :୧
FMT: ୧
ମେଡିକାଲ ଅଙ୍କୋଲୋଜି: ୯
ସାମାନ୍ଯ ସର୍ଜରୀ: ୦୭
ମାଇକ୍ରୋବଓଲୋଜି:୨
ନେଫ୍ରୋଲୋଜି: ୩
ନ୍ଯୁକ୍ଲିଅର ମେଡିସିନି:୪
ପାଥୋଲୋଜି: ୨
ଫର୍ମାକୋଲୋଜି: ୧
ଫିଜିଓଲୋଜି: ୩
ପିଏମଆର: ୩
ୟୁରୋଲୋଜି:୧
ଅନ୍ଯାନ୍ଯ

ଗୁରୁତ୍ବପୂର୍ଣ୍ଣ ତାରିଖ: ଆବେଦନ କରିବାର ଶେଷ ତାରିଖ ୭ ଜୁନ୍ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା : ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ଯତା ରଖାଯାଇଛି।

ଏମିତି କରନ୍ତୁ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ ଏମ୍ସ, ଭୁବନେଶ୍ବରର ଅଫିସିଆଲ ୱେବସାଇଟ୍କୁ ଯାଇ ଅନଲାଇନ ଆବେଦନ କରନ୍ତୁ। ଫର୍ମ ସହିତ ଏଥିରେ ସଂଲଗ୍ନ କରିବାକୁ ଥିବା ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ପଠାଇବାକୁ ଅନୁରୋଧ। ଅଧିକ ବିବରଣୀ, ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ।

ଅଧିକ ଜାଣିବା ଏଠାରେ କ୍ଲିକ କରନ୍ତୁ

https://aiimsbhubaneswar.nic.in

Leave A Reply

Your email address will not be published.