Below header

ନୟାଗଡ଼: ଚାନ୍ଦପୁର କୋଭିଡ୍ ହସ୍ପିଟାଲର ଅଗ୍ନି ନିରାପତ୍ତା ଭିତ୍ତିଭୂମି ତଦାରଖ କଲେ ଓଡିଶା ଅଗ୍ନିଶମ ଡିଜି ଏମ.ଅକ୍ଷୟ

ଟାଙ୍ଗୀ(କେନ୍ୟୁଜ୍):  ଆଜି ସକାଳ ୮ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଅଗ୍ନିନିରାପତ୍ତା ଭିତ୍ତିଭୂମି  ତଦାରଖ ପାଇଁ  ପହଂଚିଥିଲେ   ଓଡିଶା ଅଗ୍ନିଶମ ଡି ଜି ଏମ ଅକ୍ଷୟ । ତାଙ୍କ ସହ ଥିଲେ  ପୁରୀ ସର୍କଲ ଡେପୁଟି ଫାୟାର ଅଫିସର ବିଚିତ୍ର କୁମାର ପଣ୍ଡା, ଚାନ୍ଦପୁର କୋଭିଡ଼ ହସ୍ପିଟାଲ ଅଧୀକାରୀ  ପି.କେ  ଚିନେରା ଓ ଅନ୍ୟ ଅଧିକାରୀ । ଅଗ୍ନି ନିର୍ବପକ ପାଇଁ ଥିବା ସମସ୍ତ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଫାୟାର ଡିଜି ସନ୍ତୋଷ  ବ୍ୟକ୍ତ କରିଥିବା ଜଣାପଡିଛି।

 ହସ୍ପିଟାଲର ଅଧିକାରୀ ପି.କେ ଚିନେରା କହିଛନ୍ତି  ଆମ କୋଭିଡ଼ ହସ୍ପିଟାଲରେ ଗତବର୍ଷ ଠାରୁ ଅଗ୍ନିନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା ଅଛି । ଆଜି ଡି ଜି ସାର୍ ଆସି ଖୁସି ବ୍ୟକ୍ତ କରିଛନ୍ତି । ସେହିପରି କୋଭିଡ଼ ହସ୍ପିଟାଲର ଫାୟାର ଇନଚାର୍ଜ  ଠାକୁର ପ୍ରସାଦ ଦଳାଇ  କହିଛନ୍ତି ଆମେ ସଦାବେଳେ ୨୪ ଘଣ୍ଟା ସଜାଗ ଅଛୁ । ଆମର ଡ୍ୟୁଟି  ଅନୁସାରେ ୬ଜଣ ଲେଖାଏଁ ଷ୍ଟାଫ୍ ଅନ ଡ୍ୟୁଟିରେ ସଜାଗ ଅଛନ୍ତି । ତେଣୁ କିଛି ବି ଅଘଟଣ ପାଇଁ ଆମେ ପ୍ରସ୍ତୁତ ରହିଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.