କରୋନାରେ ଲୋକ ଭ୍ୟାକସିନ ନେବା ପାଇଁ ଦିଆଗଲା କିଛି ଏମିତି ଅଫର, ଜାଣନ୍ତୁ ପୁରା ସତ

କରୋନା ମହାମାରୀକୁ ହରେଇବା ପାଇଁ ସାରା ଦେଶରେ ଏବେ ଟିକାକରଣ ହେଉଛି । ଏହାଦ୍ୱାରା ଲୋକମାନେ ଏହି ମହାମାରୀ ସହ ଲଢ଼ି ପାରିବେ । କିଛି ସ୍ଥାନରେ ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଆମେରିକା ଲୋକଙ୍କୁ ଟିକା ଦେବା ପାଇଁ ପ୍ରେରିତ କରୁଛି ।

ପଶ୍ଚିମ ନ୍ୟୁୟର୍କରେ ଏରି କାଉଣ୍ଟିରେ ଯୁବବର୍ଗଙ୍କୁ ଟିକା ଦେବା ପାଇଁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ ହୋଇଛି । ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଟିକାକରଣ ସମୟରେ ବିଶେଷ ଅଫର ରଖାଯାଇଛି । ଏଥିରେ ଭ୍ୟାକସିନ ନେଉଥିବା ଲୋକଙ୍କୁ ଫ୍ରି ରେ ମଦ ଦିଆଯାଇଛି।କରୋନା ସମୟରେ ମଦର ଏମିତି ଅଫର ସତରେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରୁଥିବ । କିନ୍ତୁ ଏହି ଅଫର କେବଳ ୧୮ ରୁ ୨୧ ବର୍ଷ ପିଲାଙ୍କ ପାଇଁ ରହିଥିଲା । ଏହାର ସୂଚନା ଟ୍ୱିଟର ମାଧ୍ୟମରେ ଜଣା ପଡିଛି । ଦେଖନ୍ତୁ ଏହି ପୋଷ୍ଟ..

ଏରି କାଉଣ୍ଟିର ହେଲ୍‌ଥ କମିଶନର ଡା. ବର୍ନଷ୍ଟିନଙ୍କ କହିବା ଅନୁଯାୟୀ, କାଉଣ୍ଟି ଏକଜିକ୍ୟୁଟିଭ ମାର୍କ ପୋଲୋନକାର୍ଜ ଏହି ଉପାୟ ବାହାର କରିଥିଲେ । ରିପୋର୍ଟ ଅନୁଯାୟୀ, ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କର ଟିକାକରଣରେ ସହଭାଗ କମ ରହିଛି । କିନ୍ତୁ ସଂକ୍ରମଣରେ ଏମାନଙ୍କ ସଂଖ୍ୟା ଅଧିକ । ତେଣୁ ଏହାକୁ ଦେଖି ସେ ଯୁବବର୍ଗଙ୍କ ପାଇଁ ଏମିତି ଅଫର ଆଣିଥିଲେ । ଯାହାଦ୍ୱାରା ସେମାନେ ଏହି ରୋଗ ସହ ଲଢ଼ି ପାରିବେ । ତେଣୁ ଏହି ଅଫର ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.