Below header

ବଜାରରେ ଲଞ୍ଚ ହେଲା Airtelର ସ୍ପେଶାଲ ରିଚାର୍ଜ ପ୍ଲାନ, ଏକା ସାଥିରେ ମିଳିବ ଏହି ତିନୋଟି ସୁବିଧା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଏୟାରଟେଲ ଅନ୍ୟ ଟେଲିକମ କମ୍ପାନୀ ଗୁଡିକୁ କଡା ଟକ୍କର ଦେବା ପାଇଁ ଏକ ଖାସ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏହି ଖାସ ପ୍ଲାନ ଟିର one airtel ରଖାଯାଇଛି । ଏହି ପ୍ୟାକ ଟିରେ ୟୁଜର୍ସଙ୍କୁ ଏକା ସାଥିରେ ପୋଷ୍ଟପେଡ, ବ୍ରାଣ୍ଡପେଡ଼, ଡିଟିଏଚ ସମେତ ଲାଣ୍ଡଲାଇନ ସୁବିଧା ମଧ୍ୟ ମିଳିପାରିବ । ସବୁଠୁ ଜରୁରୀ କଥା ହେଉଛି ଏହା ପୂର୍ବରୁ କୌଣସି ବି ଟେଲିକମ କମ୍ପାନୀ ଏପରି ରିଚାର୍ଜ ପ୍ଲାନ ବଜାରରେ ଲଞ୍ଚ କରି ନଥିଲେ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ପ୍ଲାନ ବିଷୟରେ ।

airtel three

one Airtel ପ୍ଲାନ:

ଏବେ ପର୍ଯ୍ୟନ୍ତ ଏୟାରଟେଲ ଉପଭୋକ୍ତା ମାନଙ୍କୁ ଏୟାରଟେଲ ଡିଜିଟାଲ ଟିଭି ଓ ବ୍ରଡ଼ବ୍ୟାଣ୍ଡ ପାଇଁ ଭିନ୍ନ ଭିନ୍ନ ରିଚାର୍ଜ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏୟାରଟେଲର ଏହି ଅଣେ ଏୟାରଟେଲ ପ୍ଲାନ ଜରିଆରେ ଏହି ସବୁ ସୁବିଧା ଏକା ସାଥିରେ ମିଳିପାରିବ । କମ୍ପାନୀ ନିଜ ଏହି ପ୍ଲାନକୁ ନେଇ ଏକ ପୋଷ୍ଟର ମଧ୍ୟ ଜାରି କରିଛି । ଯାହା ଅନୁଯାୟୀ, ୟୁଜର୍ସଙ୍କୁ ଗୋଟିଏ ପ୍ୟାକରେ ଗୋଟିଏ ବିଲ, ଗୋଟିଏ କଲ ସେଣ୍ଟର ସମେତ ଜିରୋ ସ୍ବିଚିଙ୍ଗ ପରି ଖାସ ସେବା ବି ଉପଲବ୍ଧ ହେବ ।

Image result for airtel images

କଣ ରହିଛି ଫାଇଦା:

ଉପଭୋକ୍ତା ମାନଙ୍କୁ ଏହି ପୋଷ୍ଟପେଡ ପ୍ଲାନରେ ଅନଲିମିଟେଡ଼ କଲ ଓ ୮୫ ଜିବି ଡାଟାର ସୁବିଧା ମାତ୍ର ୫୦୦ ଟଙ୍କାରେ ଏୟାରଟେଲ ଡିଜିଟାଲ ଟିଭି ଏଚଡ଼ି ଚ୍ୟାନେଲ ପ୍ୟାକ ଓ ଏୟାରଟେଲ ଏକଷ୍ଟ୍ରିମ ଫାଇବରର ସୁବିଧା ବି ମିଳିପାରିବ । ଏସବୁ ବ୍ୟତୀତ କମ୍ପାନୀ ଗ୍ରାହକ ମାନଙ୍କୁ ଅନଲିମିଟେଡ଼ କଲିଙ୍ଗର ଲ୍ୟାଣ୍ଡଲାଇନ ସେବା ବି ଯୋଗାଇବ ବୋଲି ଜଣାଯାଇଛି ।

କଣ ରହିଛି ଦର :

ମିଡ଼ିଆ ରିପୋର୍ଟ ଅନୁସାରେ, କମ୍ପାନୀ ଏଯାବତ ବଜାରରେ ଦୁଇ ଦୁଇଟି ଏୟାରଟେଲ ପ୍ଲାନ ଲଞ୍ଚ କରିଥିବା ବେଳେ ଏହାର ଦର ଗୁଡିକ ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ । ଆଶା କରାଯାଉଛିକି, ଏହି ସିରିଜର ସମସ୍ତ ପ୍ଲାନ ଗୁଡିକର ଦର ୧,୦୦୦ ଟଙ୍କା ପାଖାପାଖି ହିଁ ରଖାଯିବ । ଅବଶ୍ୟ ଏଥିରେ ବ୍ରଡ଼ବ୍ୟାଣ୍ଡ ପ୍ଲାନର କୌଣସି ସୁବିଧା ମିଳିବା ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.