କରୋନା ନେଇ କଟକଣା, ନିଜ ଘର ଛଡା ୭ଜଣରୁ ଅଧିକ ଏକାଠି ନହେବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):କରୋନା ନେଇ କଟକଣା । ନିଜ ଘର ଛଡା ୭ଜଣରୁ ଅଧିକ ଏକାଠି ହେବେନି । ସରକାରୀ ଅଫିସରେ କରୋନା ଛଡା ଅନ୍ୟ ମିଟିଂ ହେବନି । ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମ ବନ୍ଦ ରହିବ । ୧୮୨ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ବିଶ୍ୱରେ ୨ଲକ୍ଷ ୪୬ ହଜାର ୫୨୨ ଜଣ କରୋନାରେ ଆକ୍ରାନ୍ତ । ଭାରତରେ ୨୦୬ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ୟୁକେରୁ ଆସିଥିଲେ ୧୯ ବର୍ଷୀୟ ଯୁବକ । ମୋଟ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଦ୍ୱିତୀୟ ଆକ୍ରାନ୍ତ । ୪୩ ଜଣଙ୍କୁ ଯୋଗାଯୋଗ କରାଯାଇଛି । ଆଉ ୩ଜଣଙ୍କୁ ୮ଟି ମନିଟରିଂ ଟିମ୍‌ ଖୋଜୁଛି । ତାଙ୍କ ପରିବାର ମଧ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି।ବିଦେଶୀ ନାଗରୀକଙ୍କୁ ଅନେକ ଜାଗାରେ କରାଯାଇଛି ଦୁର୍ବ୍ୟବହାର। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତଙ୍କୂ ଅପିଲ କରଯାଇଛି କୌଣସି ବିଦେଶୀ ପର୍ଯ୍ୟଟକଙ୍କୁ ଦୁବ୍ୟବହାର କରନ୍ତୁ ନାହିଁ।ଯଦି ବି କେହି  ବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କୁ ଅସଦାଚରଣ କରିଥିବେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ବାଧା ନଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ସବୁ ସ୍ୱାସ୍ଥ୍ୟ କର୍ମଚାରୀ ଓ ନର୍ସଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ୩ ମାସର ଆଗୁଆ ବୃତ୍ତି ମିଳିବ । ୨୫ ମାର୍ଚ୍ଚରୁ ୧୬ ଜୁନ ଯାଏ SC\STପିଲାଙ୍କ ହଷ୍ଟେଲ ବନ୍ଦ ରହିବ । ଏଥିପାଇଁ SC\ST ପିଲାଙ୍କୁ ୩ ମାସର ଆଗୁଆ ବୃତ୍ତି ମିଳିବ । ଏନେଇ ବିଭାଗ ପକ୍ଷରୁ ୧୪୩କୋଟି ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.