ପୁଣି ମୁଣ୍ଡ ନେଲା କରୋନା ଭାଇରସ୍‌, ୫ରେ ପହଞ୍ଚିଲା ଭାରତରେ କରୋନା ମୃତ୍ୟୁ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ): ପୁଣି ମୁଣ୍ଡ ନେଲା କରୋନା ଭାଇରସ୍‌ । ଭାରତରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ରାଜସ୍ଥାନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଇଟାଲିର ୬୯ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧ରେ ପହଞ୍ଚିଛି। ରାଜସ୍ଥାନରେ ଜଣେ, ଦିଲ୍ଲୀରେ ଜଣେ, କର୍ଣ୍ଣାଟକରେ ଜଣେ, ମହାରାଷ୍ଟ୍ରରେ ଜଣେ ଓ ପଞ୍ଜାବରେ ଜଣଙ୍କ ମୃତ୍ୟୁ ହୋଇଛି । ଏଭିତରେ କେନ୍ଦ୍ର ସରକାର ମାଇଁ ଗଭ କରୋନା ହେଲପ୍‌ ଡେସ୍କ ଖୋଲାଯାଇଛି । ହ୍ଵାଟସ ଆପ ନମ୍ବର ୯୦୧୩୧୫୧୫୧୫ରେ ଯୋଗାଯୋଗ କରାଯାଇପାରିବ । କରୋନା ନେଇ ଆତଙ୍କିତ ହୁଅନ୍ତୁ ନାହିଁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

 

update ୨୦/୦୩/୨୦୨୦ ୦୮:୩୦ pm

କିଛି ସମୟ ପୂର୍ବରୁ ସୂଚନା ମିଳିଛି ଯେ ବ୍ୟକ୍ତି ଜଣକ କରୋନାରୁ ଆରୋଗ୍ୟ ହୋଇଆସୁଥିଲେ। କିନ୍ତ ପରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶବ ବ୍ୟବଚ୍ଛେଦ ପରେ ଜଣା  ପଡିଥିଲା ଯେ ବ୍ୟକ୍ତି ଜଣକ ହୃଦଘାତlରେ ମୃତ୍ୟୁ ବରଣ କରିଛନ୍ତି। ଏଣୁ ଏହାକୁ କରୋନା ଭାଇରସରେ ମୃତ୍ୟୁବରଣ କରିଛନ୍ତି ବୋଲି ଘୋଷଣା କରାଯିବ ନାହିଁ ବୋଲି ମେଡିକାଲ ତରଫରୁ ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.