‘ବେବିଡଲ’ ଭଳି ସୁପରହିଟ ଗୀତ ଗାଇଥିବା ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ ତାରିଖରେ ସେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ । ତେବେ ବର୍ତ୍ତମାନ ସେ ଲକ୍ଷ୍ନୌର KGMU ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ତାଙ୍କୁ ଆଇସୋଲେଟ କରି ରଖାଯାଇଛି । ତେବେ କନିକା କପୁର ନିଜର ଇନଷ୍ଟାଗ୍ରାମରେ ଏହାର ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ କନିକା ନିଜର ସଂକ୍ରମଣ ବିଷୟରେ ମିଛ କହିଥିଲେ ଏବଂ ଏୟାରପୋର୍ଟରୁ ସେ ଲୁଚିକି ପଳେଇ ଆସିଥିଲେ । ଏହା ସହିତ ସେ ସହରର ଅନେକ ସ୍ଥାନକୁ ମଧ୍ୟ ଯାଇଥିଲେ । କେବଳ ସେତିକି ନୁହେଁ ଏକ ରିପୋର୍ଟରୁ ଜଣାପଡିଛି ଯେ କରୋନା ଭାଇରସର ଶିକାର ହୋଇଥିବା ସତ୍ତ୍ୱେ ମଧ୍ୟ ସେ ତାଜ ହୋଟେଲରେ ଏକ ପାର୍ଟି ଦେଇଥିଲେ ଯେଉଁଥିରେ ବହୁତ ବଡ଼ ବଡ଼ ଲୋକ ସାମିଲ ଥିଲେ ।
Singer Kanika Kapoor: I was scanned at the airport as per normal procedure 10 days ago when I came back home, the symptoms have developed only 4 days ago. https://t.co/Z4BMAViM3c
— ANI (@ANI) March 20, 2020
ତେବେ ନିକଟରେ କନିକା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି “ସମସ୍ତଙ୍କୁ ନମସ୍କାର । ଗତ ୪ ଦିନ ହେବ ମୋତେ ଫ୍ଲୁ’ର ଲକ୍ଷଣ ଦେଖାଯାଇଛି । ଯାଞ୍ଚ ପରେ ମୁଁ ନିଜକୁ କରୋନା ସଂକ୍ରମିତ ବୋଲି ପାଇଛି । ବର୍ତ୍ତମାନ ମୋ ପରିବାର ସହିତ ମୁଁ ସମ୍ପୂର୍ଣ୍ଣ ଭାବେ ଆଇସୋଲେସନରେ ଅଛି । ତେବେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି ସେମାନଙ୍କ ବିଷୟରେ ତଥ୍ୟ ଏକଜୁଟ କରାଯାଉଛି” । ତେବେ ନିକଟରେ ANI ମଧ୍ୟ ଟ୍ୱିଟର ଜରିଆରେ ଏହି ବଲିଉଡର ଗାୟିକାଙ୍କ ବିଷୟରେ ସୂଚନା ଦେଇଥିଲା ।