ଭାଇକୁ ସାହା ହେଲେ ଭାଇ , ଅନିଲ ଅମ୍ବାନିଙ୍କୁ ଜେଲ୍ ଯିବାରୁ ରକ୍ଷା କଲେ ମୁକେଶ ଅମ୍ବାନି

ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସାନ ଭାଇ ଅନିଲଙ୍କ କଂପାନି ରିଲାଏନ୍‌ସ କମ୍ୟୁନିକେସନ ସ୍ବି‌େଡନର ଏରିକ୍ସନକୁ ସୁପ୍ରିମକୋର୍ଟ ଦେଇଥିବା ମହଲତ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ୪୬୨ କୋଟି ଟଙ୍କା ପେମେଣ୍ଟ୍‌ କରିଛନ୍ତି ବଡ଼ ଭାଇ ମୁକେଶ। ଏଥି ସହିତ ଜେଲ୍‌ ଦଣ୍ଡରୁ ବର୍ତ୍ତି ଯାଇଛନ୍ତି ଅନିଲ୍। ଏହି ସହାୟତା ପାଇଁ ଅନିଲ ନିଜ ବଡ଼ ଭାଇ ମୁକେଶ ଏବଂ ଭାଉଜ ନୀତା ଅମ୍ବାନିକୁ ଧନ୍ୟବାଦ ଜଣାଇଛନ୍ତି। ଅନିଲ କହିଛନ୍ତି ଯେ, ମୋ କଠିନ ସମୟରେ ମୋ ବଡ଼ ଭାଇ ମୁକେଶ ଓ ଭାଉଜ ନୀତାଙ୍କୁ ମୁଁ ହୃଦୟରରୁ କୃତଜ୍ଞତା ଜଣାଉଛି। ଉଚିତ ସମୟରେ ସହାୟତା ପ୍ରଦାନ କରି ସେମାନେ ପରିବାରର ମୂଲ୍ୟବୋଧ ଓ ପରିବାରର ମହତ୍ବକୁ ସୁଦୃଢ଼ କରିଛନ୍ତି। ଆମ ପରିବାର ବହୁତ ଖୁସି ଯେ, ପୁରୁଣା କଥାକୁ ଭୁଲି ଆମେ ଆଗକୁ ବଢ଼ିଛୁ। ସେମାନଙ୍କର ଏହି ସାହାଯ୍ୟ ମୋତେ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ଅନିଲ ଜଣାଇଛନ୍ତି।

ଅନିଲଙ୍କ ବନ୍ଦ ହୋଇଯାଇଥିବା ମୋବାଇଲ୍ କଂପାନି ରିଲାଏନ୍ସ କମ୍ୟୁନିକେସନର ନେଟ୍‌ୱର୍କକୁ ସ୍ବିଡେନ୍‌ର କଂପାନି ଏରିକ୍ସନ ସମ୍ଭାଳୁଥିଲା। ସେ ବାବଦରେ ଏରିକ୍ସନ ୫୮୦ କୋଟି ଟଙ୍କା ପାଇବାର ଥିଲା। ମାତ୍ର ରିଲାଏନ୍ସ କମ୍ୟୁନିକେସନ ସେହି ପେମେଣ୍ଟ୍‌ ଦେଇପାରିନଥିଲା। ବାରମ୍ବାର ଅନୁରୋଧ କରିବା ପରେ ନିଜ ପେମେଣ୍ଟ୍‌ ପାଇବାରେ ବିଫଳ ହେବାରୁ ଏରିକ୍ସନ ପକ୍ଷରୁ ସୁପ୍ରିମକୋର୍ଟରେ ଅନିଲଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ସେହି ମାମଲାର ରାୟ ଏରିକ୍ସନ ସପକ୍ଷରେ ଯାଇଥିଲା। ଏକ ନିର୍ଦିଷ୍ଟ ସମୟ ଭିତରେ ଏରିକ୍ସନର ସବୁ ଟଙ୍କା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.