Below header

ମହାନଦୀ କୋଲଫିଲ୍ଡସ (MCL)ରେ ଖାଲିପଡିଛି ପଦବୀ, ଜାଣନ୍ତୁ କେମିତି ହେବ ଚୟନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ମହାନଦୀ କୋଲଫିଲ୍ଡସ ଲିମିଟେଡରେ ବିଭିନ୍ନ ପଦବୀ ପାଇଁ ଆବେଦନ କରିବା ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଜରିଆରେ ୨୯୫ ପଦବୀ ପୂରଣ କରାଯିବ । ଯେଉଁଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ MCL ର ଅଫିସିଆଲ ୱେବସାଇଟ୍‌ mahanadicoal.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୩, ଜାନୁଆରୀ ୨୦୨୩ ରହିଛି।

ପଦବୀ ବିବରଣୀ : ୨୯୫

ଜୁନିଅର ଓଭରମ୍ୟାନ୍‌ : ୮୨

ଖନନ ସରଦାର : ୧୪୫

ସର୍ଭେୟର : ୬୮

ଜରୁରୀ ତାରିଖ : ଏହି ପଦବୀରେ ଆଦେବନ କରିବାର ଶେଷ ତାରିଖ ୨୩ ଜାନୁଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା: ଏହିସବୁ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି ।

ଜୁନିଅର ଓଭରମ୍ୟାନ ପାଇଁ ମାଇନିଂ ଇଂଜିନିୟରିଂରେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିରଭସିଟିରୁ ୩ ବର୍ଷିଆ ଡିପ୍ଲୋମା କରିଥିବା ଜରୁରୀ।

ମାଇନିଂ ସରଦାର ପାଇଁ ୧୨ଶ ପାସ୍‌ କରିଥିବା ଜରୁରୀ । ସେହିଭରି ସର୍ଭେୟର ପାଇଁ ଯୁକ୍ତ ୨ ପାସ୍‌ କିମ୍ବା ମାଇନିଂ ଇଂଜିନିୟରିଂ କରିଥିବା ଜରୁରୀ।

ବୟସ ସୀମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରିତ କରାଯାଇଛି ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭରିବାକୁ ହେବ। ସାଧାରଣ ବର୍ଗ/ଓବିସି/ EWS ପ୍ରାର୍ଥୀ ୧୦୦୦ ଟଙ୍କା ସହିତ ୧୮୦ ଟଙ୍କାର ଜିଏସଟି ଦେବାକୁ ପଡିବ। ସେହିପରି ଅନ୍ୟମାନଙ୍କୁ ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ପ୍ରାର୍ଥୀ ଆବେଦନ ଶୁଳ୍କ ଡେବିଟ୍‌ କାର୍ଡ/କ୍ରେଡିଟ୍‌ କାର୍ଡ କିମ୍ବା ନେଟ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ ।

କେମିତି ହେବ ଚୟନ :

ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ଟେଷ୍ଟ ଉପରେ ହେବ। ଭର୍ତ୍ତି ପାଇଁ ବ୍ୟକ୍ତିଗତ ସାକ୍ଷାତକାର କରାଯିବ ନାହିଁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.mahanadicoal.in/OurPeople/pdf/Website%20Advertisment%20-%20ENG.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Satyabrat behera says

    I am interested

Leave A Reply

Your email address will not be published.