ଇଂଜିନିୟରିଂ କରିଥିଲେNTPC ରେ କରନ୍ତୁ ଆବେଦନ, ମାସିକ ଦରମା ୧ ଲକ୍ଷରୁ ଅଧିକ

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡ୍‌ (NTPC) ରେ ଖାଲିପଡିଛି ୨୦ଟି ସହକାରୀ ଅଧିକାରୀ। ଏହି ପଦବୀ ପାଇଁ ଏକ ସର୍ଟ ନୋଟିଫିକେସନ ଜାରି କରାଯାଇଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୨୬ ଅଗଷ୍ଟ ୨୦୨୨ ପୂର୍ବରୁ ଆବେଦନ କରିପାରିବେ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ଏଠାରେ ମେକାନିକାଲ/ଇଲେକ୍ଟି୍ରକାଲ/ପ୍ରଡକ୍ସନ/ଇଂଜିନିୟରିଂ ଡିଗ୍ରୀ ସହିତ କିଛି ଅଭିଜ୍ଞତା ଥିବା ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ।

ପଦବୀ ବିବରଣୀ: ୨୦

ମେକାନିକାଲ ଇଂଜିନିୟର

ଇଲେକ୍ଟ୍ରିକାଲ ଇଂଜିନିୟର

ପ୍ରଡକ୍ସନ ଇଂଜିନିୟର

ଜରୁରୀ ତାରିଖ: ପ୍ରାର୍ଥୀ ଏଥିପାଇଁ ୨୬ ଅଗଷ୍ଟ ପୂର୍ବରୁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳ/ ସଂସ୍ଥାରୁ ମେକାନିକାଲ/ଇଲେକ୍ଟ୍ରିକାଲ/ପ୍ରଡକ୍ସନରେ ଅତି କମରେ ୬୦ ପ୍ରତିଶତ ମାର୍କ ସହିତ ଇଂଜିନିୟରିଂରେ ଡିଗ୍ରୀ କରିଥିବା ଜରୁରୀ। ଏହାସହିତ କାରଖାନା/ଅଧିନିୟମ ଅଧିନରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଉଦ୍ୟୋଗିକ ସୁରକ୍ଷାରେ ଫୁଲ ଟାଇମ୍‌ ଡିପ୍ଲୋମା କରିଥିବା ଜରୁରୀ। ଏଥିରେ ଆପଣ ୬୦ ପ୍ରତିଶତ ମାର୍କ ରଖିବା ଜରୁରୀ।

ବୟସ ସୀମା : ଏହିସବୁ ପଦବୀରେ ଆବେଦନ ପାଇଁ ବୟସ ସୀମା ୩୦ ବର୍ଷ ରହିଛି।

ଦରମା : ଆବେଦନକାରୀଙ୍କୁ ମାସିକ ୩୦ ହଜାରରୁ ଆରମ୍ଭ କରି ୧, ୨୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ careers.ntpc.co.in/www.ntpc.co.in କୁ ଯାଇ ଆବେଦନ କରିପାରିବେ।

କେମିତି କରିବେ ଆବେଦନ :

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ NTPC ର ଅଫିସିଆଲ େଓ୍ଵବସାଇଟ୍‌ntpc.co.in କୁ ଯାଇ ଆବେଦନ କରିପାରିବେ।

ୱେବସାଇଟ ହୋମପେଜରେ ଆପ୍ଲାଏ ଅନଲାଇନ ଲିଙ୍କରେ କ୍ଲିକ୍‌ କରନ୍ତୁ।

ଏଠାରେ ଆବେଦନପତ୍ର ପାଇଁ ଦରକାରୀ ଡକ୍ୟୁମେଣ୍ଟସ ଏବଂ ପାସପୋର୍ଟ ସାଇଜ ଫଟୋ ଏବଂ ସାଇନ୍‌ ଦେଇ ଅପଲୋଡ କରନ୍ତୁ।

ତା’ ପରେ ଆବେଦନ ଶୁଳ୍କ ଭରିବା ପରେ ଫର୍ମକୁ ସବମିଟ୍‌ କରନ୍ତୁ।

ଆବେଦନ ଫର୍ମ ପୂରଣ କରିବା ପରେ ପ୍ରିଣ୍ଟ ଆଉଟ୍‌ କାଢନ୍ତୁ ଏବଂ ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

careers.ntpc.co.in/www.ntpc.co.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.