Below header

ରିଅର ଡ଼ିକ୍ସ ବ୍ରେକ୍ ସହିତ ଲଞ୍ଚ ହେଲା ବଜାଜ୍ ପଲସର ୧୬୦ଏନଏସ୍

ନୂଆଦିଲ୍ଳୀ : ଦୁଇଚକିଆ ର୍ନିମାତା କମ୍ପାନୀ ବଜାଜ୍ ବଜାରରେ ରିୟର ବ୍ରେକ୍ ଡ଼େକ୍ସ ସହିତ ଏନଏସ ୧୬୦ ଲଞ୍ଚ କରିଛି। ଏହି ନୂଆ ପଲସରରେ ରିଅର ଡ଼ିକ୍ସ ଛଡ଼ା ଆଉ କିଛି ଖାସ ପରିବର୍ତ୍ତନ କରାଯାଇନାହିଁ। ଏହାର ଡ଼ିଜାଇନ୍ ପୁରୁଣା ମଡ଼େଲ ଭଳି ହିଁ ରହିଛି। ଏଥିରେ ସେହି ପୁରୁଣା ୧୨ଲିଟର କ୍ଷମତା ବିଶିଷ୍ଟ ତେଲ ଟାଙ୍କି ମଧ୍ୟ ରହିଛି। ବଜାଜ୍ ପଲସର ଏନଏସ୧୬୦ ରିଅର ଡ଼ିକ୍ସ ବ୍ରେକର ଏକ୍ସ ସୋରୁମ୍ ମୂଲ୍ୟ ରହିଛି ୮୨,୬୩୦ଟଙ୍କା। ୨୦୧୭ ମସିହାରେ ଲଞ୍ଚ କରାଯାଇଥିବା ଏହି ପଲସରରେ ରିଅର ଡ଼ିକ୍ସ ଏବଂ ଏବିଏସ ଦିଆଯାଇ ନଥିଲା।

ପଲସର ଏନଏସ ୧୬୦ରେ କୌଣସି ମେକାନିକାଲ ପରିବର୍ତ୍ତନ କରାଯାଇ ନାହିଁ। ଏଥିରେ ରହିଥିବା ୧୬୦ ସିସି, ଫୋର ଷ୍ଟ୍ରୋକ୍ ଅୟଲ-କୁଲ୍ଡ ଇଞ୍ଜିନ୍ ଦିଆଯାଇଛି ଯାହା ବଜାଜର ଟ୍ରିପଲ ସ୍ପାର୍କ ପ୍ଲଗ୍ ଇଗ୍ରିସନ ଟେକ୍ନୋଲୋଜି ସହ ଆସିଥାଏ। ୧୬୦ସିସିର ଏହି ବାଇକ୍ର ଇଞ୍ଜିନ୍ ୮,୫୦୦ ଆରପିଏମରେ ୧୫.୫ ବିଏଚପି ପାୱାର ଏବଂ ୬,୫୦୦ ଆରପିଏମରେ ୧୪.୬ନ୍ୟୁଟନ୍ ମିଟରର ଟ୍ରାକ୍ ଜେନେରେଟ କରିଥାଏ। ଏହାର ଇଞ୍ଜିନରେ ୫ଟି ସ୍ପିଡ଼୍ ଗିୟର ବକ୍ସ ଲଗାଯାଇଛି।

ବାଇକରେ ରିଅର ଡ଼ିକ୍ସ ବ୍ରେକ୍ ଲଗିବା ପରେ ଏହାର କର୍ବ ବେଟରେ ୧୪୨ କିଲୋଗ୍ରାମ ରହିଛି। ବାଇକର ଆଗ ଚକାରେ ୨୪୦ମିଲିମିଟରର ଡ଼ିକ୍ସ ବ୍ରେକ୍ ଏବଂ ପଛ ଚକାରେ ନୂଆ ୨୩୦ ମିଲିମିଟରର ଡ଼ିକ୍ସ ବ୍ରେକ୍ ଯୋଡ଼ା ହୋଇଛି। ବଜାଜ୍ କମ୍ପାନୀର ଏହି ନୂଆ ବାଇକର ମୁକାବଲା ସୁଜୁକୀ ଜିକ୍ସର୧୬୦, ୟାମାହା ଏଫଜେଡ଼-ଏସ, ଟିବିଏସ ଆପାଚି ଆରଟିଆର ୧୬୦ ଏବଂ ହୋଣ୍ଡା ହଁନେଟ୍ ସିବି୧୬୦ଆରର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.