ଅଲବିଦା ବାଜପେୟୀ :  ଆସନ୍ତକାଲି ଶେଷ ଦର୍ଶନ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ସାତଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ଶୋକ ପାଳନ କରାଯାଉଛି । ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଅନେକ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଶୋକ ପାଳନ ଓ ଛୁଟି ଘୋଷଣା କରିଛନ୍ତି । ତାଙ୍କର ମର ଶରୀରକୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ନିଆଯାଇଛି।

ଆସନ୍ତାକାଲି ସକାଳ ୯ଟାରେ ତାଙ୍କର ପାର୍ଥିବ ଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଶେଷ ଦର୍ଶନ ପାଇଁ ରଖିଯିବା ପରେ ଅପରାହ୍ନ ସାଢ଼େ ଗୋଟାଏ ବେଳେ ଆନ୍ତିମ ଯାତ୍ରାରେ ବାହାରିବ । ସ୍ମୃତିସ୍ଥଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସେଥିଲାଗି ରାଜଘାଟ ନିକଟ ସ୍ମୃତିସ୍ଥଳରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେଠାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।

Leave A Reply

Your email address will not be published.