୩ଟି ଦେଶରେ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ଭୁବନେଶ୍ବର(କେନ୍ୟୁଜ୍) : ମେକ ଇନ୍ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ପାଇଁ ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ହେବ ରୋଡ ସୋ । ଏହା ମାଧ୍ୟମରେ ବିଦେଶୀ ଶିଳ୍ପସଂସ୍ଥାଙ୍କୁ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରାଯିବ । ଏଥିପାଇଁ ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ, ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ନେଇ ଏକ ପ୍ରତିନିଧି ଦଳ ଯିବେ । ପ୍ରତିନିଧି ଦଳ ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ବିଭିନ୍ନ ଶିଳ୍ପପତିଙ୍କ ସହ ଓ୍ଵାନ ଟୁ ଓ୍ଵାନ ଆଲୋଚନା କରିବେ । ମେକ ଇନ ଓଡ଼ିଶାରେ ଭାଗ ନେବାକୁ ଆମନ୍ତ୍ରଣ ସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରାଯିବ । ଆସନ୍ତା ନଭେମ୍ବରରେ ଆୟୋଜିତ ହେବ ମେକ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣ । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି ।

Leave A Reply

Your email address will not be published.