Below header

ମସ୍ତାଖି ଅଜହର : ଦୈନିକ ୧୦୦୦ ଭୋକିଲାଙ୍କୁ ଖାଇବା ବାଂଟୁଛନ୍ତି

ଅନେକ ଲୋକ ଅଛନ୍ତି ଏ ଦୁନିଆରେ ଯିଏ ଅନ୍ୟକୁ କିଛି ଦେବା ଶିକ୍ଷି ଥାନ୍ତି ଏଥିପାଇଁ ନୁହେଁକି, ସେମାନଙ୍କ ପାଖରେ ବହୁତ କିଛି ଅଛି ବରଂ ଏଥିପାଇଁ କିଛି ନଥିବାର ଦୁଃଖ ସେ ବୁଝିଛନ୍ତି । ହାଇଦ୍ରାବାଦର ଅଜହର ମସ୍ତାଖି ଏମିତି ଜଣେ ବ୍ୟକ୍ତି ଯିଏ ହୃଦୟଙ୍ଗମ କରିପାରିଛନ୍ତି ଖାଲି ପେଟରେ, ଭୋକରେ ଏବଂ ମଣିଷ ଦୁଃଖ ଉପରେ ଶାନ୍ତି ପୁର୍ଣ୍ଣ ଦୁନିଆ କରିପାରିବ ନାହିଁ । ଅଜହର ସେ ତାଜା ଖାଇବା ପ୍ରସ୍ତୁତ କରି ହଜାର ଲୋକଙ୍କୁ ଖୋଜି ନିଜ ହାତରେ ଖୁଆଇଥାନ୍ତି ବିନା କୌଣସି ବଡ ସମର୍ଥକଙ୍କ ବିନା ସାହାଯ୍ୟରେ ।

Azhar Masquqi

ଅଜହର ୬ବର୍ଷ ତଳୁ ଆରମ୍ଭ କରିଥିଲେ ଏହି ସ୍ବତନ୍ତ୍ର ବ୍ୟବସ୍ଥା ଯାହାର ନାଁ ରଖିଥିଲେ ’‘ଭୋକିଲା ଲୋକଙ୍କର ଜାତି ନଥାଏ’’ । ଛୋଟ ଛୋଟ ପ୍ୟାକେଟ୍ କରି ରନ୍ଧା ଖାଦ୍ୟକୁ ଗରିବ ଭୋକିଲା ଲୋକଙ୍କ ପାଖରେ ପହଂଚାଇଛନ୍ତି ସେ ବିନା କାହାରି ସାହାଯ୍ୟରେ । ହାଇଦ୍ରାବାଦ ସହରର ଅନେକ ସ୍ଥନକୁ ବିନା କୌଣସି ଟଙ୍କାରେ ଖାଇବା ବଣ୍ଟନ କରାଯାଏ । ଗୋଟେ ଦିନରେ ୧୦୦୦ ଲୋକଙ୍କୁ ଖାଇବାର ସୁଯୋଗ ମିଳିଥାଏ । ଅଜହର ଏବେ ପାଲଟି ଯାଇଛନ୍ତି ଅନେକ ଲୋକ ମାନଙ୍କ ପାଇଁ ଉଦାହରଣର କାରଣ ।

୨୦୧୨ ମସିହାରେ ଅଜହରଙ୍କ ଜୀବନର ମୋଡ ବଦଳିଥିଲା । ହାଇଦ୍ରାବାଦର ଚାଂଚଲଗୁଡା ଫ୍ଲାଏଓଭର ଉପରେ ଜଣେ ଭିନ୍ନକ୍ଷମ ମହିଳା ଖାଇବା ପାଇଁ ଭୋକରେ କାନ୍ଦୁଥିବାର ଦେଖି ଅଜହର ବହୁତ ଦୁଃଖ ଅନୁଭବ କରିଥିଲେ ଏବଂ ନିଜର ଟିଫିନ୍ ତାଙ୍କୁ ଖାଇବା ପାଇଁ ଦେଇଥିଲେ ।

ଏହା ତାଙ୍କ ଭାବନା ଉପରେ ଜୋର ପକାଇଥିଲା, ଏହି ଭୋକିଲା ଗରିବ ଲୋକମାନଙ୍କ ପାଇଁ କିଛି କରିବାକୁ ଏବଂ ସେ ନିଷ୍ପତି ନେଲେ ସେ କିଛି କରିବେ । ଏଥିରେ ତାଙ୍କୁ ମାନସିକ ସ୍ତରରେ ସାହାଯ୍ୟ କରିଥିଲେ ନିଜର ଧର୍ମ ପତ୍ନୀ ଏବଂ ମା’ । ସେ ପ୍ରଥମେ ପ୍ରଥମେ ୧୫ଟି ରନ୍ଧା ଖାଦ୍ୟ ତିଆରି କରି ବଣ୍ଟନ କରିଥିଲେ । ଅଜହରଙ୍କର ପତ୍ନୀ ଏହି ଖାଇବା ପ୍ୟାକେଟକୁ ଫ୍ଲାଏଓଭରରେ ଖାଇବା ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି । ଏହାପରେ ଦିନକୁ ଦିନ ସେ ନିଜ ଟଙ୍କାରେ ପ୍ରତ୍ୟେକ ଦିନ ୧୦୦୦ ଭୋକିଲା ଲୋକଙ୍କୁ ଖାଇବା ଯୋଗାଉଛନ୍ତି ।

Azha

ଏହା ସେ କୌଣସି ନୋବେଲ ପ୍ରାଇଜ୍ ପାଇବା ଆଶାରେ କରୁନାହାଁନ୍ତି ବରଂ ଭୋକିଲାର ଭୋକକୁ ମେଣ୍ଟାଇବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି ବୋଲି ଜଣାଇଛନ୍ତି । ଆଜିକୁ ୬ ବର୍ଷ ହେଲା ସେ ଏହି ମହାନ କାର୍ୟ୍ୟ କରିଆସୁଛନ୍ତି ବିନା କୌଣସି ସାହାଯ୍ୟରେ । କାହାରିକୁ କେବେ ଏଥିପାଇଁ ସହଯୋଗର ମାଗି ନାହାଁନ୍ତି, ତାଙ୍କର କେତେକ ବନ୍ଧୁ ଓ ସଂପର୍କୀୟ ସେମାନଙ୍କ ଆଡୁ ସାହାଯ୍ୟ କରୁଛନ୍ତି ।

ଅଜହର ପିଲା ବେଳୁ ତାଙ୍କ ବାପାଙ୍କୁ ହରାଇଛନ୍ତି ଏବଂ ତାଙ୍କ ମା’ କିଭଳି ଭାବେ ଗୋଟେ ଦିନର ଖାଇବା ଯୋଗାଇବା ପାଇଁ କଷ୍ଟ କରିଛନ୍ତି ତାହା ସେ ଖୁବ୍ ପାଖରୁ ଦେଖିଛନ୍ତି, ଯେଉଁଥିପାଇଁ ଆଜି ସେ ଭୋକିଲା ଗରିବମାନଙ୍କୁ ସାହାଯ୍ଯ କରୁଛନ୍ତି । ଏହା ହେଉଛି ତା’ର ଜ୍ବଳନ୍ତ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.