ପିଲା ଗୋଟିକ ଦାମ ୪୫ ଲକ୍ଷ, ଅନ୍ତର୍ଜାତୀୟ ଶିଶୁ ଚୋରା ଚାଲାଣକାରୀ ଗିରଫ

ମୁମ୍ବାଇ : ଅନ୍ତର୍ଜାତୀୟ ଶିଶୁ ଚୋରା ଚାଲାଣକାରୀ ର‍୍ୟାକେଟ୍‌ ମୁଖ୍ୟକୁ ଗିରଫ କଲା ମୁମ୍ବାଇ ପୋଲିସ୍‌ । ରାଜୁଭାଇ ଗମଲେଓ୍ଵାଲା ନାମକ ଏହି ଗୁଜରାଟୀ ଲୋକ ଜଣକ ପ୍ରାୟ ୩୦୦ ପିଲାଙ୍କୁ ଆମେରିକାରେ ବିକ୍ରି କରିଛି । ୨୦୦୭ରୁ ରାଜୁଭାଇ ଚଳାଇଥିଲା ଏହି ର‍୍ୟାକେଟ୍‌ । ଗୋଟିଏ ପିଲା ପାଇଁ ସେ ଦାବି କରୁଥିଲା ୪୫ ଲକ୍ଷ ଟଙ୍କା । ଗୁଜରାଟର ବିଭିନ୍ନ ଦରିଦ୍ର ପରିବାରକୁ ଏହି ର‍୍ୟାକେଟ୍‌ ଟାର୍ଗେଟ୍‌ କରୁଥିଲା । ଅତି ଗରିବ ଘରକୁ ଯାଇ ପିଲାମାନଙ୍କ ବାପା ମାଆଙ୍କୁ କିଛି ଅର୍ଥ ବଦଳରେ କିଣି ଆଣୁଥିଲେ । ସେହି ପିଲାଙ୍କୁ ଆଣି ଆମେରିକାରେ ବିକ୍ରି କରୁଥିଲେ । ଏମାନଙ୍କ ବୟସ ୧୧ରୁ ୧୬ ବର୍ଷ । ଗତ ମାର୍ଚ୍ଚ ମାସରେ ଏହି ର‍୍ୟାକେଟ୍‌ର କିଛି ସଦସ୍ୟଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.